fbpx

ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିର ସମୟରେ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତି କମିବାର ଦେଖାଯାଉଛି । ଘଣ୍ଟା ଘଣ୍ଟା ଧରି ମୋବାଇଲ, କମ୍ପ୍ୟୁଟର ତଥା ସ୍କ୍ରିନ ସାମ୍ନାରେ ବସିବା ଯୋଗୁଁ ଏହାର ଖରାପ ପ୍ରଭାବ ଆଖି ଉପରେ ପଡ଼ୁଛି । ଏମତିକି ଛୋଟ ପିଲାଙ୍କ ମଧ୍ୟରେ କମ ବୟସରୁ ହିଁ ଆଖି ସମସ୍ୟା ଦେଖାଯାଉଛି । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢ଼ାଇବାର କିଛି ଉପାୟ ଯାହାଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ ।

ଗୋଲାପ ଜଳ: ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ଗୋଲାପ ଜଳ ଖୁବ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ ୨-୨ ଠୋପା ଗୋଲାପ ଜଳ ଆଖିରେ ପକାଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ ।

ସୋରିଷ ତେଲ: ସୋରିଷ ତେଲ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ । ତେଣୁ ପ୍ରତିଦିନ ସୋରିଷ ତେଲରେ ତିଆରି ଖାଦ୍ୟ ଖାଇବା ଲାଭଦାୟକ ହୋଇଥାଏ ।

ବ୍ୟାୟାମ କରିବା: ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଶରୀର ପକ୍ଷେ ବହୁତ ଜରୁରୀ ମଧ୍ୟ ହୋଇଥାଏ ।

ବାଦାମ: ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ । ବାଦାମରେ ଭିଟାମିନ୍-ଏ ର ମାତ୍ରା ଅଧିକ ଥାଏ ଯାହା ଆଖି ପାଇଁ ଅଧିକ ଲାଭଜନକ ହୋଇଥାଏ ।

ଅଁଳା: ଅଁଳାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ ଯାହା ରେଟିନାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଘିଅ: ଘିଅରେ ଭିଟାମିନ୍ ଏବଂ ଖଣିଜ ରହିଛି । ଯାହା ଆମ ଆଖି ପାଇଁ ବହୁତ ଲାଭଜନକ ହୋଇଥାଏ ।

ତେବେ ଏସମସ୍ତ ଛଡ଼ା ଗାଜର, ବ୍ରୋକୋଲୀ, ଅଖରୋଟ, ଶାଗ, କଦଳୀ ଆଦି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଆଖି ପାଇଁ ହିତକର ।

Get real time updates directly on you device, subscribe now.