fbpx

WhatsApp ବ୍ୟବହାରୀଙ୍କ ପାଇଁ ଖୁସିଖବର! ୫ ଥର ମିଳିବ ୫୧ ଟଙ୍କା, ଜାଣନ୍ତୁ କ’ଣ ରହିଛି ଅଫର୍

ନୂଆଦିଲ୍ଲୀ: Paytm, PhonePe ପରେ ଏବେ WhatsApp ପେମେଣ୍ଟ ମଧ୍ୟ ଭାରତରେ ଚାଲିବା ଆରମ୍ଭ କରିଛି । ଆପଣ WhatsApp ଜରିଆରେ ଅନ୍ୟ କାହାକୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ପରି କାମ କରୁଛି । ଏଥିପାଇଁ ପ୍ରଥମେ ଆପଣଙ୍କୁ WhatsApp ପେ ସେଟଅପ୍ କରିବାକୁ ପଡିବ ଓ ପରେ ପେମେଣ୍ଟ କରିବାକୁ ପଡିବ ।

WhatsApp ଏବେ ନିଜ ପ୍ଲାଟଫର୍ମରେ ଅଧିକରୁ ଅଧିକ ଲୋକଙ୍କୁ ପେମେଣ୍ଟ ସର୍ଭିସ ବ୍ୟବହାର କରାଇବାକୁ ଉତ୍ସାହିତ କରିବାରେ ଲାଗିଛି । ଏହା ଅଧିନରେ ଏବେ ୟୁଜର୍ସଙ୍କୁ କ୍ୟାଶବ୍ୟାକ୍ ମିଳିବା ଆରମ୍ଭ ହୋଇଛି । ଟଙ୍କା ପଠାଇବା ଉପରେ ୟୁଜର୍ସଙ୍କୁ ୫୧ ଟଙ୍କାର କ୍ୟାଶବ୍ୟାକ୍ ଦେବା ଆରମ୍ଭ କରିଛି ହ୍ୱାଟ୍ସଆପ୍ । ଆଣ୍ଡ୍ରଏଡ ଆପ୍ ପାଇଁ ବ୍ୟାନର ଡିସପ୍ଲେ କରିଛି କମ୍ପାନୀ । ସେଠାରେ ଚାଟର ଟପ୍ ରେ ‘Give Cash, Get 51 back’ ଲେଖାଯାଇଛି । କମ୍ପାନୀର କହିବା ମୁତାବକ, ଅଲଗା ଅଲଗା ଲୋକଙ୍କୁ ଟଙ୍କା ପଠାଇ ଆପଣ ୫ ଥର ୫୧ ଟଙ୍କା କ୍ୟାଶ ବ୍ୟାକ୍ ପାଇପାରିବେ ।

ଗତ ମାସରେ କମ୍ପାନୀ ଭାରତରେ ୟୁପିଆଇ ବେଷ୍ଟ ପେମେଣ୍ଟ ଆରମ୍ଭ କରିଥିଲା । ଆସନ୍ତା ସମୟରେ ଏହା Paytm ଓ PhonePeକୁ ଟକ୍କର ଦେଇପାରେ । କ୍ୟାଶ ବ୍ୟାକ୍ ଅଫର ବି ଅଧିକ ଲୋକ ଆକୃଷ୍ଟ ହୋଇପାରେ । କାରଣ ଏଥିରେ ଆପଣ ଅତି କମ୍ ଟଙ୍କା ପଠାଇ ବି ୫୧ ଟଙ୍କା କ୍ୟାଶ ବ୍ୟାକ୍ ପାଇପାରିବେ । ଅର୍ଥାତ୍ ଆପଣ ୧୦ ଟଙ୍କା ପଠାଇ ବି ୫୧ ଟଙ୍କା କ୍ୟାଶ ବ୍ୟାକ୍ ପାଇପାରିବେ । କିନ୍ତୁ ଏହାର ଲିମିଟ୍ ୫ ଥରରେ ସୀମିତ ରହିଛି ।

Get real time updates directly on you device, subscribe now.