fbpx

ଗର୍ଭାବସ୍ଥାରେ ଖାଆନ୍ତୁ ତୁଳସୀ ମଞ୍ଜି: ବ୍ଲଡ ସୁଗାର କଣ୍ଟ୍ରୋଲ ସହ କୋଷ୍ଠକାଠିନ୍ୟ ସମସ୍ୟାକୁ କରିଥାଏ ଶେଷ

Advertisement

ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଏ । ଅନେକ ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ସେହିପରି ତୁଳସୀ ମଞ୍ଜି ମଧ୍ୟ ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । କୁହାଯାଏ, ଗର୍ଭବତୀଙ୍କ ପାଇଁ ତୁଳସୀ ମଞ୍ଜି ବରଦାନ ସଦୃଶ ହୋଇଥାଏ । ଗର୍ଭାବସ୍ଥାରେ ଏହାକୁ ଖାଇଲେ ସଂକ୍ରମଣର ଭୟ ନଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ । ତେବେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ ତୁଳସୀ ମଞ୍ଜି ଖାଇଲେ କେଉଁ ସବୁ ଲାଭ ମିଳିଥାଏ । ଗର୍ଭାବସ୍ଥାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବା ଗୁରୁତ୍ୱପୁର୍ଣ୍ଣ । ଏହି ସମୟରେ ସଂକ୍ରମଣର ଭୟ ରହିଥାଏ । ତୁଳସୀ ମଞ୍ଜି ଖାଇବା ଦ୍ୱାରା ରୋଗ ପ୍ରତିରୋଧ ବୃଦ୍ଧି ହୋଇଥାଏ ।

ବ୍ଲଡ ସୁଗାର ନିୟନ୍ତ୍ରଣ କରିଥାଏ:-
କେତେକ ମହିଳା ଗର୍ଭାବସ୍ଥାରେ ମଧୁମେହର ଶିକାର ହୁଅନ୍ତି । ଏହି ସମୟରେ ଡାକ୍ତର କୌଣସି ମେଡିସିନ୍ ଖାଇବାକୁ ବାରଣ କରିଥାନ୍ତି । ଗର୍ଭାବସ୍ଥାରେ ସମୟରେ ତୁଳସୀ ମଞ୍ଜିକୁ ଖାଇଲେ ଶରୀରର ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରିତ ରହିଥାଏ ।

କୋଷ୍ଠ କାଠନ୍ୟ ସମସ୍ୟା ଦୂର କରିଥାଏ:-
ଗର୍ଭାବସ୍ଥାରେ ଖାଦ୍ୟ ଖାଇଲେ ଭଲରେ ହଜମ ହେଇ ନଥାଏ । ମହିଳାମାନଙ୍କୁ କୋଷ୍ଠକାଠିନ୍ୟ ହୋଇଥାଏ । ଏଥିପାଇଁ କୋଷ୍ଠକାଠିନ୍ୟରେ ପୀଡିତ ମହିଳାମାନେ ତୁଳସୀ ମଞ୍ଜିକୁ ପାଣିରେ ଭିଜାଇ ଖାଇବା ଉଚିତ । ଏହା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ମିଳିଥାଏ । ସେହିପରି ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅଧିକ ଗରମ ହୋଇଥାଏ । ତୁଳସୀର ମଞ୍ଜି ଖାଇବା ଦ୍ୱାରା ଲାଭ
ମିଳିଥାଏ ।

ଚର୍ମ ଏବଂ କେଶ ପାଇଁ ଲାଭ ଦାୟକ:-
ଗର୍ଭାବସ୍ଥାରେ ମହିଳାମାନଙ୍କର ସ୍କିନରେ ସମସ୍ୟା ଦେଖାଯାଇଥାଏ । ବିଶେଷ କରି ଏହି ସମୟରେ ସ୍କିନ୍? ଶୁଷ୍କ ହୋଇଯାଇଥାଏ । ତୁଳସୀ ମଞ୍ଜିକୁ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ତୁଳସୀ ମଞ୍ଜି ଖାଇବା ଦ୍ୱାରା କେଶ ଭଲ ବଢ଼ିଥାଏ ।

Get real time updates directly on you device, subscribe now.