fbpx

ବିଚିତ୍ର ଜନଜାତି: ଆତ୍ମୀୟଙ୍କ ଶବକୁ ପୋଡ଼ି ଖାଇଲେ ମିଳିଥାଏ ଶାନ୍ତି

ବିଶ୍ୱାସ ହେଉନଥିଲେ ବି ସତ । ପରମ୍ପରାକୁ ବିଶ୍ୱାସ କରି ଖାଉଛନ୍ତି ଆତ୍ମୀୟଙ୍କ ଅସ୍ଥି । ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ଦେଖିବାକୁ ମିଳୁଥିଲେ ମଧ୍ୟ ପରମ୍ପରାକୁ ମାନିବା ପାଇଁ ଏପରି କିଛି ଆଦିବାସୀ ରହିଛନ୍ତି ଯେଉଁମାନେ ନିଜ ଆତ୍ମୀୟଙ୍କ ମୃତ୍ୟୁ ପରେ ସେମାନଙ୍କର ମୃତ ଶରୀରକୁ ଖାଇଥାନ୍ତି ।

ବ୍ରାଜିଲ ଏବଂ ବେନେଜୁଏଲା ର ସୀମାରେ ଏପରି କିଛି ଆଦିବାସୀ ରୁହନ୍ତି ଯେଉଁମାନେ ଆମାଜନ ଜଙ୍ଗଲର ପ୍ରମୁଖ ଜନଜାତି ମଧ୍ୟରୁ ଅନ୍ୟତମ । ଏହି ଜନଜାତି ର ନାମ ହେଉଛି ୟାନୋମାମି । ଏହି ୟାନୋମାମି ଜନଜାତି ଗୋଷ୍ଠୀର ପାଖାପାଖି ୩୫୦୦୦ ସଦସ୍ୟ ଆମାଜନ ଜଙ୍ଗଲର ୨୦୦ରୁ ୨୫୦ ଗ୍ରାମରେ ବସବାସ କରନ୍ତି ।

ଏହି ଜନଜାତିରେ ଅଧିକାଂଶ ପରମ୍ପରା ଆଶ୍ଚର୍ଯ୍ୟଜନକ ଥିବାବେଳେ ଏମାନଙ୍କ ଅନ୍ତିମ ସଂସ୍କାରର ନୀତି ସମ୍ପୂର୍ଣ୍ଣ ଭିନ୍ନ । ଏହି ଜନଜାତି ମାନେ ବିଶ୍ୱାସ କରନ୍ତି ଯେ ମଣିଷର ମୃତ୍ୟୁ ପ୍ରାକୃତିକ ନୁହେଁ କୌଣସି ଦୁଷ୍ଟ ଶକ୍ତିର ପ୍ରକୋପରେ ଏହା ହୋଇଥାଏ । ଏହି ଜନଜାତି ମଧ୍ୟରୁ କାହାର ମୃତ୍ୟୁ ହେଲେ ଏମାନେ ଶବଟିକୁ ଗ୍ରାମରୁ କିଛି ଦୂରରେ ୪୦-୪୫ ଦିନ ପର୍ଯ୍ୟନ୍ତ ରଖିଥାନ୍ତି । ଶବଟି ଶଢି ଯିବା ପରେ ଏହାର ଅବଶିଷ୍ଟ ଅଂଶ ଓ ହାଡ଼ କୁ ପୋଡ଼ା ଯାଇଥାଏ । ବଳି ଯାଇଥିବା ପାଉଁଶକୁ କଦଳୀର ସ୍ୱତନ୍ତ୍ର ସୁପ୍ରେ ମିଶା ଯାଇ ଗ୍ରାମର ସମସ୍ତ ସଦସ୍ୟଙ୍କୁ ବଣ୍ଟା ଯାଇଥାଏ । ପାଉଁଶ ସମ୍ପୂର୍ଣ୍ଣ ନସରିବା ଯାଏଁ ଲୋକମାନେ ଏହାକୁ ପିଇ ଥାଆନ୍ତି । ଏହିଭଳି ମୃତ୍ୟୁ ଦ୍ୱାରା ଆତ୍ମାକୁ ଶାନ୍ତି ମିଳି ପାରିବ ବୋଲି ଏହି ଆଦିବାସୀ ମାନେ ବିଶ୍ୱାସ କରନ୍ତି । ଏହି ପାଉଁଶ ଖାଇବା ଦ୍ୱାରା ସେମାନଙ୍କର ଶକ୍ତି ବଢିବାର ବିଶ୍ୱାସ ମଧ୍ୟ ରହିଛି ।

Get real time updates directly on you device, subscribe now.