fbpx

ଠିଆ ହୋଇ ଖାଇବାର ଅଭ୍ୟାସ ଆଜିଠାରୁ ବନ୍ଦ କରନ୍ତୁ, ନଚେତ୍ ପରିସ୍ଥିତି ସାଙ୍ଘାତିକ

ଠିଆ ହୋଇ ଖାଇବାର ଅଭ୍ୟାସ ଆପଣଙ୍କର ଅଛି କି ? ଏହାର କୁପ୍ରଭାବ ଆପଣଙ୍କର ଶରୀର ଉପରେ ପଡ଼ିପାରେ । ସାଧାରଣତଃ ଆମେ ଯେତେବେଳେ ଠିଆ ହୋଇ ଖାଦ୍ୟ ଖାଇଥାଉ, ସେତେବେଳେ ଶରୀର ସାମାନ୍ୟ ନଇଁଥାଏ । ଏହି ସମୟରେ ଆମେ ନିଜେ ରିଲାକ୍ସ ଅନୁଭବ କରିବା ପାଇଁ ଶରୀରର କୌଣସି ଏକ ଅଙ୍ଗ ଉପରେ ଅଧିକ ଚାପ ଦେଇଥାଉ । କିନ୍ତୁ ବସି ଖାଇବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଠିକ ହେବା ସହ ପିଠିର ସମସ୍ୟା ଦୂର ହୋଇଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଆସନ୍ତୁ ଜାଣିବା ଠିଆ ହୋଇ ଖାଇଲେ କଣ ସବୁ ସମସ୍ୟା ଆମ ଶରୀରରେ ଦେଖାଦେଇଥାଏ ।

– ଯେତେବେଳେ ଆମେ ଠିଆହୋଇ ଜଲଦି ଖାଦ୍ୟ ଗ୍ରହଣ କରିଥାଉ, ଏହା ଆମର ପାଚନ ପ୍ରକିୟା ଉପରେ ପ୍ରଭାବ ପକାଇବା ସହ ଶରୀରରେ ଓଜନ ବୃଦ୍ଧି କରିଥାଏ । ବସି ଖାଇଲେ ଏପରି ସମସ୍ୟା ଦୂର ହେବା ସହ ଓଜନକୁ ନିୟନ୍ତ୍ରଣ କରିହୁଏ ।

– ଠିଆ ହୋଇ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆମର ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ । ବିଭିନ୍ନ ମ୍ୟାରେଜ ପାର୍ଟିମାନଙ୍କରେ ଆମେ ସାଧାରଣତଃ ଠିଆ ହୋଇ ଶୀଘ୍ର ଶୀଘ୍ର ଖାଦ୍ୟ ଗ୍ରହଣ କରିଥାଉ । ଫଳରେ ଖାଦ୍ୟ ହଜମରେ ସମସ୍ୟା ଦେଖାଦେବା ସହ ପେଟରେ ଭାରିପଣ, ବଦହଜମି ଆଦି ସମସ୍ୟା ସୃଷ୍ଟି ହୁଏ ।

– ଏପରି ଖାଇବାର ଅଭ୍ୟାସ ଦ୍ୱାରା ଆମର ଶରୀରର ସ୍ୱାଦ ଗ୍ରନ୍ଥି ଠିକ ଭାବେ କାର୍ଯ୍ୟ କରି ପାରି ନଥାଏ । ଫଳରେ ଏହା ମାନସିକ ଚାପ ବୃଦ୍ଧି କରିଥାଏ । ଛିଡ଼ା ହୋଇ ଖାଇବା ଦ୍ୱାରା ଆମର ମେରୁଦଣ୍ଡରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.