fbpx

ହର୍ମୋନକୁ ନିୟନ୍ତ୍ରିତ କରେ ଏହି ମଞ୍ଜିର ସେବନ: ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ

ନୂଆଦିଲ୍ଳୀ: ନ୍ଦୈନନ୍ଦିନ ଜୀବନରେ ଆମେ ଯାହା କରିଥାନ୍ତି ସେଥିରେ ହର୍ମୋନ୍ ର ମୁଖ୍ୟ ଭୂମିକା ରହିଥାଏ । ଯେମିତି କେବେ ଶୋଇବାର ଅଛି, କ’ଣ ଖାଇବାର ଅଛି, କେବେ ଫିଲ୍ମ ଦେଖିବାର ଅଛି, ଅର୍ଥାତ୍ ଦିନରେ ଆପଣଙ୍କୁ ଯାହା ବି କରିବାର ସଙ୍କେତ ମିଳିଥାଏ ତାହା ସବୁ କିଛି ହର୍ମୋନ୍ ଯୋଗୁଁ ହୋଇଥାଏ । ମହିଳାଙ୍କର ପିରିୟଡ୍ସ ଠାରୁ ଆରମ୍ଭ କରି ଆମର ଭୋକକୁ ନିୟନ୍ତ୍ରିତ କରିବା ପର୍ଯ୍ୟନ୍ତ, ହର୍ମୋନ୍ ଦାୟୀ ରୁହନ୍ତି । ସେହିଭଳି ଆଜିକାଲି ଭୁଲ୍ ଖାଦ୍ୟପେୟ ଯୋଗୁଁ ପୋଷକ ତତ୍ତ୍ୱରେ କମ୍ ଥିବା ଆହାର ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବ୍ୟତୀତ ଆମର ହର୍ମୋନକୁ ପ୍ରଭାବିତ କରେ । ଆସନ୍ତୁ ଜାଣିବା ହର୍ମୋନାଲ ସ୍ୱାସ୍ଥ୍ୟ ସ୍ଥିତିକୁ ସୁଧାରିବା ପାଇଁ କେଉଁଭଳି ଡାଏଟ ଗ୍ରହଣ କରିବା ଦରକାର ।

କଖାରୁ ମଞ୍ଜି: ଏଥିରେ ଓମେଗା ୩, ମ୍ୟାଗ୍ନେସିୟମ ଏବଂ ଜିଙ୍କ୍ ଭରପୁର ହୋଇଥାଏ । କଖାରୁ ମଞ୍ଜିରେ ସାଲାଡ ଏବଂ ସ୍ମୁଦି ମିଶାଇପାରିବେ । ଏହା ବ୍ୟତୀତ ଆପଣ ଏହି ମଞ୍ଜିକୁ ଫଳ ସହ ମଧ୍ୟ ଖାଇପାରିବେ ।

ଅଳସୀ ମଞ୍ଜି: ଅଳସୀ ମଞ୍ଜିରେ ଓମେଗା ୩ ଏବଂ ଫାଇବରର ଏକ ଭଲ ଉତ୍ସ । ଯାହା ପ୍ରଜନନ କ୍ଷମତାକୁ ବଢ଼ାଇଥାଏ ଏବଂ ଆଷ୍ଟ୍ରେଜେନ୍ ଉତ୍ପାଦନରେ ସହାୟତା କରିବାରେ ସାହାଯ୍ୟ କରିଥାଏ । ଆପଣ ଦହି ସାଲାଡ, ସ୍ମୁଦି ଏବଂ ସିଝା ଅଳସୀର ମଞ୍ଜିକୁ ମିଶାଇ ଖାଇପାରିବେ ।

Get real time updates directly on you device, subscribe now.