fbpx

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍ପର

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଦିବ୍ୟାଂଶୁ ମଲୁ ଜେଇଇ ଆଡ୍‍ଭାନ୍‍ସରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର ଗୌରବ ଅର୍ଜନ କରିଛନ୍ତି। ଜେଇଇ ଆଡ୍‍ଭାନ୍‍ସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଦିବ୍ୟାଂଶୁ ଏଥିରେ ସର୍ବଭାରତୀୟସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି। ସେ ମଧ୍ୟ ଇଣ୍ଟରନ୍ୟାସ୍‍ନାଲ୍‍ ଫିଜିକ୍‍ସ ଅଲିମ୍ପିଆଡ୍‍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ଦିବ୍ୟାଂଶୁଙ୍କ ବ୍ୟତୀତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର କନିଷ୍କ ମୋଦି ଜେଇଇ ଆଡ୍‍ଭାନ୍‍ସରେ ସର୍ବଭାରତୀୟସ୍ତରରେ ୨୦୦ ର‌୍ୟାଙ୍କ ରଖିଥିବା ବେଳେ ଦୀପ୍ତାଂଶୁ ମଲୁ ୨୨୬ ରଖିଛନ୍ତି। ସ୍କୁଲ୍‍ର ବିଦ୍ୟାଧର ସାହୁ ସର୍ବଭାରତୀୟସ୍ତରରେ ହୋଇଥିବା ନିଟ୍‍ ପରୀକ୍ଷାରେ ୭୬୨ ର‌୍ୟାଙ୍କରେ ଅଛନ୍ତି। ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିବ୍ୟାଂଶୁଙ୍କ ସମେତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଶ୍ରୀ ସାମନ୍ତ କହିଛନ୍ତି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପ୍ରତିଷ୍ଠା ହେବାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଏହାର ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ନୁହେଁ ଅନ୍ୟ ସମସ୍ତ କ୍ଷେତ୍ରରେ  ଲଗାତାର ସଫଳତା ହାସଲ କରିଆସୁଛନ୍ତି। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଛନ୍ତି। ଅପରପକ୍ଷରେ ଦିବ୍ୟାଂଶୁ ଓ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

Get real time updates directly on you device, subscribe now.