fbpx

ଓଟ୍ସ-କଦଳୀ ଖାଉଛନ୍ତି କି ? ସାବଧାନ୍ ! ହୋଇପାରେ ଏହି ସାଂଘାତିକ ରୋଗ

ନୂଆଦିଲ୍ଲୀ: ଆଜିକା ସମୟରେ ସମସ୍ତେ ଫିଟ୍ ରହିବାକୁ ଚାହାନ୍ତି । ଏଥିପାଇଁ ଡାଏଟରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ପ୍ରାୟତଃ ସକାଳେ ସମସ୍ତେ ଓଟ୍ସ ଖାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ନିକଟରେ ଚର୍ଚ୍ଚା ହେଉଛି ଯେ, ଓଟ୍ସ ସହିତ କଦଳୀ ମିଶାଇ ଖାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଏହା ଦ୍ବାରା ଡାଇବେଟିସ-1 ହେବାର ଆଶଙ୍କା ଅଧିକ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀମାନଙ୍କୁ ଚିନି ଏବଂ କାର୍ବୋହାଇଡ୍ରେଡର ମାତ୍ରା ସଠିକ ଭାବେ ରଖିବା ଉଚିତ ।

ରିସର୍ଚ୍ଚ ଅନୁସାରେ, ଟାଇପ-1 ଡାଇବେଟିସ ସ୍ଥିତିରେ ଶରୀରର ଇମ୍ୟୁନିଟି ଅଗ୍ନାଶୟରେ ଇନସୁଲିନ୍ ତିଆରି କରୁଥିବା କୋଷିକା ଉପରେ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଥାଏ । ତେବେ ଏହି କାରଣରୁ ଶରୀରରେ ଇନସୁଲିନ ଠିକ ଭାବେ ନହେବା କାରଣରୁ ରକ୍ତଚାପ ବୃଦ୍ଧି ପାଇଥାଏ । ତେବେ ଟାଇପ-1ରେ ଜଣେ ବ୍ୟକ୍ତି ଓଟ୍ସ ଏବଂ କଦଳୀ ଏକାସଙ୍ଗେ ଖାଇପାରିବେ, କିନ୍ତୁ ଲଗାତାର ଅଧିକ ଦିନ ଖାଇବା ଦ୍ବାରା ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । କଦଳୀ ଏବଂ ଓଟ୍ସରେ ଅଧିକ ପରିମାଣର ପୋଷଣ ତତ୍ତ୍ବ ରହିଥାଏ । ଓଟ୍ସରେ ବିଶେଷ କରି ଫାଇବର ଏବଂ ବିଟା ଗ୍ଲୁକୋନର ସୋର୍ସ ଅଟେ । ଯାହାକି ସୁସ୍ଥ କୋଲେଷ୍ଟ୍ରଲ ସ୍ତରକୁ ଶରୀରରେ ବୃଦ୍ଧି କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୋଟ ଛୁଆଙ୍କ ଶରୀର ଏହା ଶରୀର ପାଇଁ ବେଶ୍ ଉପକାରୀ ଅଟେ ।

Get real time updates directly on you device, subscribe now.