ପୁରୀ-ରାଉରକେଲା ବନ୍ଦେ ଭାରତର ସାପ୍ତାହିକ ବନ୍ଦ ଦିବସ ବଦଳିଲା, ଏଣିକି ଶନିବାରେ ଚାଲିବ ଏହି ଦିନ ବନ୍ଦ ରହିବ

ବନ୍ଦେ ଭାରତର ବନ୍ଦ ରହିବା ତାରିଖ ବଦଲିଲା ।

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ତାରିଖ ।  ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଆଉ ଶନିବାର ଦିନ ବନ୍ଦ ରହିବନି । ଏହି ବାରକୁ ପରିବର୍ତ୍ତନ କରାଯାଇ ମଙ୍ଗଳବାର କରାଯାଇଛି । ଏଣିକି ଶନିବାର ବଦଳରେ ମଙ୍ଗଳବାର ବନ୍ଦ ରହିବ ବନ୍ଦେ ଭାରତ ।

କେବେ ଠୁ କାର୍ଯ୍ୟକାରୀ ହେବ- ଆସନ୍ତା 7 ତାରିଖ ଶନିବାର ଠାରୁ଼ ପ୍ରତି ଶନିବାର ବନ୍ଦେ ଭାରତ ଟ୍ରେନ ଯାତ୍ରା କରିବ । ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଉଲ୍ଲେଖନୀୟ ଯେ, କୌଣସି ଷ୍ଟେସନରେ ଟ୍ରେନର ପୂର୍ବ ସମୟ ଏବଂ ନିର୍ଦ୍ଧାରିତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ । ସଂଶୋଧିତ ସାପ୍ତାହିକ ଛୁଟି ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ଆବଶ୍ୟକତା ସହିତ ଭଲ ଭାବରେ ସମନ୍ୱୟ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି । ଅଧିକ ଅପଡେଟ୍ ପାଇଁ, ଯାତ୍ରୀମାନେ ପୂର୍ବତଟ ରେଳପଥର ସରକାରୀ ୱେବସାଇଟ୍ ଦେଖିପାରିବେ କିମ୍ବା ରେଳବାଇ ଅନୁସନ୍ଧାନ ସେବା ସହିତ ଯୋଗାଯୋଗ କରିପାରିବେ ।