ED ଅଫିସରଙ୍କ ବେଶୀ ଲୋଭ! ମାମଲା ରଫାଦଫା କରିବାକୁ୨୦ ଲକ୍ଷ ଲାଞ୍ଚ ନେଲାବେଳେ ମାଡ଼ିବସିଲା CBI

ଭୁବନେଶ୍ୱର: ବନ୍ଧା ହେଲେ ଓଡ଼ିଶା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡିକ)ର ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ମହାଶୟ ।

୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ସିବିଆଇ । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟପରୀକ୍ଷା ପରେ ଗିରଫ ହୋଇଛନ୍ତି ଚିନ୍ତନ ।

ଆଜି ଚିନ୍ତନଙ୍କୁ କୋର୍ଟ ଚାଲାର କରିପାରେ ସିବିଆଇ । ମାମଲା ରଫା ଦଫା ପାଇଁ ୫୦ ଲକ୍ଷର ଡିଲ ହୋଇଥିବାବେଳେ ୨୦ ଲକ୍ଷ୍ୟ ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ଚଢ଼ାଉ କରି ଧରିନେଇଥିଲା ।

ଖଣି ମାମଲା ରଫାଦଫା କରିବାକୁ ଟଙ୍କା ନେଉଥିବା ସୂଚନା । କୋର୍ଟରେ ହାଜର ବେଳେ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହେବ ।