fbpx

ଅର୍ଚ୍ଚନା ନାଗଙ୍କ ବିଷୟରେ ଖୋଲିବ କି ଗୁମର ? ଖଗେଶ୍ୱରଙ୍କୁ ୧୦ ଦିନିଆ ରିମାଣ୍ଡରରେ ନେଲା ଇଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍ ମାମଲାରେ ଖଗେଶ୍ୱରକୁ ୧୦ ଦିନ ରିମାଣ୍ଡରରେ ନେଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱରକୁ ଇଡି ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିଲା । ତେବେ ଜିଲ୍ଲା ଦୌରାଜଜ ୧୦ ଦିନ ରିମାଣ୍ଡର ପାଇଁ ଅନୁମତି ଦେଇଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ଼ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ ରିମାଣ୍ଡ ଅବଧୀ ମଧ୍ୟରେ ଇଡି ହାତରେ କିଛି ବଡ଼ ସୁରାକ ଲାଗି ପାରେ ବୋଲି ଆକଳନ କରାଯାଉଛି ।

ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କୁ ଗତକାଲି ଇଡି ଉଠାଇ ନେଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଥିଲା। ତେବେ ୨୦୧୭ ମସିହାରୁ ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ହୋଇଥିବା ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ ଇଡି ହାତରେ ଲାଗିଛି। ବର୍ତ୍ତମାନ ଗିରଫ ପରେ ଖଗେଶ୍ୱରଙ୍କୁ ଇଡି ରିମାଣ୍ଡରେ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଇଡି ଅର୍ଚ୍ଚନାଙ୍କ ସହେଯାଗି ଖଗେଶ୍ୱରଙ୍କ ଘର ଏବଂ ଶୋ ରୁମରେ ରେଡ କରିଥିଲା। ଏହି ସମୟରେ ତାଙ୍କ ହାତରେ ୬ ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା। ଏହାପରେ ଇଡି ଖଗେଶ୍ୱରଙ୍କୁ ଉଠାଇ ନେବା ସହ ତାଙ୍କୁ ମାରାଥନ ଜେରା କରିଥିଲା। ତେବେ ଅର୍ଚ୍ଚନାଙ୍କ ମାମଲାରେ ଖଗେଶ୍ୱରଙ୍କ ସମ୍ପୃକ୍ତି ନେଇ ଅଧିକ ପରଚା ଉଚରା କରିଥିଲା ଇଡି।

ଏହି ମାମଲାରେ ଖଗେଶ୍ୱରଙ୍କ ସମେତ ଅନ୍ୟ ୬ ଜଣଙ୍କ ବୟାନକୁ ମଧ୍ୟ ଇଡି ରେକର୍ଡ କରିଥିଲା ।ତେବେ ଦୀର୍ଘ ଦିନ ଧରି ଖଗେଶ୍ୱରଙ୍କୁ ପୋଲିସ ଖୋଜୁଥିଲେ ବି ପାଉନଥିଲା । କିନ୍ତୁ ଇଡି ଦାୟିତ୍ୱ ନେବା ପରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଘରେ ରେଡ୍‌ କରିଥିଲା । ଆଉ ଏହାର ଦିନକ ପରେ ଅର୍ଥାତ ଆଜି ଖଗେଶ୍ୱରଙ୍କୁ ଗିରଫ ଇଡି ଗିରଫ କରିଛି । ଯାହାଫଳରେ ଏହା ପୋଲିସର କାର୍ଯ୍ୟଶୈଳି ଓ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

Get real time updates directly on you device, subscribe now.