fbpx
BSKY SKY
BSKY SKY

ଜିମରେ ୱାର୍କ ଆଉଟ୍ କରୁଥିବା ବେଳେ ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ

BSKY

ମୁମ୍ବାଇ: ଟିଭି ଜଗତରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ, ୱାର୍କ ଆଉଟ୍ କରିବା ସମୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଶୁକ୍ରବାର ଦିନ ୪୬ ବର୍ଷ ବୟସରେ ଟିଭି ଅଭିନେତା ତଥା ମଡେଲ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ ହୋଇଛି । ଇଣ୍ଡିଆ ଫୋରମର ଏକ ରିପୋର୍ଟ ଅନୁଯାୟୀ, ଜିମରେ ୱାର୍କଆଉଟ୍ କରୁଥିବାବେଳେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଉ ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଜିମରେ ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ପଡିଯାଇଥିଲେ । ଆଉ ଅଭିନେତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଟିଭିର ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାବେଳେ ଏବେ ତାଙ୍କୁ ‘ଦଙ୍ଗଲ ଚ୍ୟାନେଲ’ର ସୋ’ କଣ୍ଟ୍ରୋଲ ରୁମ’ରେ ଦେଖିବାକୁ ମିଳୁଥିଲା । ଏହାପୂର୍ବରୁ ଅଭିନେତା ଅନେକ ହିଟ୍ ସୋ’ରେ କାମ କରିଥିଲେ । ‘କୁସୁମ୍’, ‘ରିସ୍ତୋ ମେଁ କଟ୍ଟି ବଟ୍ଟି’, ‘ମମତା’, ‘ଜିଦ୍ଦି ଦିଲ୍’ ଭଳି ଅନେକ ଶୋ’ରେ ସିଦ୍ଧାନ୍ତ ନଜର ଆସିଥିଲେ । ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ‘ସୁଫିଆନା ଇଶ୍କ୍ ମେରା’ ଭଳି ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସିଦ୍ଧାନ୍ତଙ୍କ ପରିବାରରେ ଦୁଇଟି ସନ୍ତାନ ଏବଂ ପତ୍ନୀ ଆଲିଶା ରାଉତ ଅଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ପରେ ସିଦ୍ଧାନ୍ତ ମଡେଲ ଆଲିଶାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଅଭିନେତାଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ନିକଟରେ ସୁପରହିଟ୍ ସୋ ‘ଭାବି ଜୀ ଘର୍ ପର ହେଁ’ର ଜଣାଶୁଣା ଅଭିନେତା ଦୀପେଶ ଭାନଙ୍କର ମଧ୍ୟ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା । ସେହିପରି ଜିମରେ ବ୍ୟାୟାମ ସମୟରେ ହୃଦଘାତ ହେତୁ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ଅକାଳରେ ବିୟୋଗ ହୋଇଥିଲା ।

Get real time updates directly on you device, subscribe now.