fbpx

ନୋରା ଓ ଜ୍ୟାକଲିନଙ୍କ ପରେ ଆଉ ୫ ଅଭିନେତ୍ରୀଙ୍କ ପାଳି: କନମ୍ୟାନ ସୁକେଶ ଠାରୁ ନେଇଥିଲେ ଦାମୀ ଗିଫ୍ଟ

ନୂଆଦିଲ୍ଲୀ: କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହୀଙ୍କ ନାମ ଆଗରେ ରହିଛି । ଜ୍ୟାକଲିନ ବର୍ତ୍ତମାନ ଏହି ମାମଲାରେ ତଦନ୍ତର ସମ୍ମୁଖୀନ ହେଉଥିବା ବେଳେ ନୋରା ଫତେହୀ ଏହି ମାମଲାରେ ଇଡି ପାଇଁ ରାଜସାକ୍ଷୀ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ମାମଲାରେ ଆଉ ୫ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ଏହି ୫ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖର ନିକଟରୁ ଗିଫ୍ଟ ନେଇଥିବା ଜଣାପଡିଛି । ଏହି ୫ ଅଭିନେତ୍ରୀଙ୍କୁ ଖୁବ ଶୀଘ୍ର ଇଡି ପକ୍ଷରୁ ସମନ କରାଯିବ ବୋଲି ଜଣାପଡିଛି । ଏହି ଅଭିନେତ୍ରୀ ମାନେ ସୁକେଶ ଚନ୍ଦ୍ରଶେଖର ସମ୍ପର୍କରେ ଜାଣିଥିଲେ କି ନାହିଁ ସେ ସମ୍ପର୍କରେ ଇଡି ପଚରାଉଚୁରା କରିବ ।

ଉଲ୍ଲେଖଯୋଗ୍ୟ ଯେ, ନିଜକୁ ପିଏମଓ ଅଧିକାରୀ ଭାବରେ ପରିଚିତ କରେଇ ଜେଲରେ ରହିଥିବା ରାନବାକ୍ସି ମାଲିକ ଶିବେନ୍ଦ୍ର ସିଂଙ୍କ ପତ୍ନୀ ଅଦିତିଙ୍କୁ ଲୁଟି ନେଇଥିଲେ । ଅଦିତିଙ୍କ ଠାରୁ ୨୧୫ କୋଟି ଟଙ୍କା ଲୁଟି ନେଇଥିବା ବେଳେ ସେ ବର୍ତ୍ତମାନ ଜେଲରେ ରହିଛନ୍ତି ।

Get real time updates directly on you device, subscribe now.