fbpx

ଜ୍ୟାକଲିନ ଗିରଫ ! ଅଭିନେତ୍ରୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ଇଡି

ମୁମ୍ବାଇଁ :ଚୋରା ଚାଲାଣ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଜି ଚାର୍ଜସିଟ ଦାଖଲ କରିବାର ସମ୍ଭାବନା ରହିଛି। ୨୧୫ କୋଟି ଟଙ୍କା ଚୋରା ଚାଲାଣ ମାମଲାରେ ଏହି ଅଭିନେତ୍ରୀଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ଇଡି ସୂତ୍ରରୁ ଜଣାପଡିଛି ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏହି ଚୋରି ଅର୍ଥର ହିତାଧିକାରୀ ଥିଲେ। ଏଥିରେ କୁହାଯାଇଛି ଯେ ସୁକେଶ ଚନ୍ଦ୍ରଶେଖର ଜଣେ ଅପରାଧୀ ଏବଂ ଚୋରାଚାଲାଣକାରୀ ବୋଲି ଅଭିନେତ୍ରୀ ଜାଣିଥିଲେ।

ଅଭିନେତ୍ରୀଙ୍କୁ କନମ୍ୟାନଙ୍କ ଦ୍ୱାରା ୧୦ କୋଟି ଟଙ୍କା ମୂଲ୍ୟର ଜିନିଷ ଦିଆଯାଇଥିଲା।ଇଡି ୭ କୋଟିରୁ ଅଧିକ ମୂଲ୍ୟର ଅଭିନେତାଙ୍କ ସମ୍ପତ୍ତି ଆଟାଚ କରିଛି। ଅଭିଯୁକ୍ତ ହୋଇ ଥିଲେ ସୁଦ୍ଧା ତାଙ୍କୁ ଗିରଫ କରାଯିବ କି ନାହିଁ ତାହା ସ୍ପଷ୍ଟ ହେଇନାହିଁ ।
ସୂଚାନମୂତାବକ କୋନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଅଭିଯୁକ୍ତ ହୋଇଥିବା ମାମଲାରେ ପୂର୍ବରୁ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଏପର୍ଯ୍ୟନ୍ତ କେବଳ ପଚରାଉଚରା କରାଯାଇଥିଲା । ଇଡି ଆଜି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନାମରେ ଚାର୍ଜସିଟ ଦାଖଲ କରିପାରେ ।

Get real time updates directly on you device, subscribe now.