fbpx

ଚାକିରି ନାଁରେ ଠକେଇ; ଆଜି ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟାରେ ଚାକିରି କରାଇବା ନାଁରେ ଠକେଇ କରିଥିବା ଅଭିଯୋଗରେ ଆକାଶ ପାଠକଙ୍କୁ ଆଜି ଜେରା ହେବ । ଆକାଶଙ୍କୁ ଆଜି ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଜେରା କରିବେ ବୋଲି ଜଣାପଡିଛି । ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କଠାରୁ ଅନୁମତି ମିଳିଛି ।

ତେବେ ଆକାଶ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗ୍‌ ନାମକ ସଂସ୍ଥାକୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଥିଲା। ସ୍କାଏ କିଙ୍ଗ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କାଏ କିଙ୍ଗ୍‌କୁ ଆକାଶ ୬୫ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦର୍ଶାଯାଇଛି।

Get real time updates directly on you device, subscribe now.