fbpx

ପାକିସ୍ତାନ ଫେରାର ହେବ ଅମ୍ରିତ ପାଲ ସିଂ ; ବର୍ଡରରେ ଲାଗିଲା ପୋଷ୍ଟର ‘most wanted’

ନୂଆଦିଲ୍ଲୀ : ପଳାତକ ଅମ୍ରିତ ପାଲ ସିଂ ପାକିସ୍ତାନ ଫେରାର ହେବାୁ ଉଦ୍ୟମ ଚଳାଇଛି । ଏନେଇ ଗୁଇନ୍ଦା ଏଜେନ୍ସି ସନ୍ଦେହ କରଛନ୍ତି । ଭାରତ ଓ ପାକିସ୍ତାନ ବର୍ଡରେ ଅମ୍ରିତ ପାଲ ସିଂର ମୋଷ୍ଟ ୱାଣ୍ଟେଡ୍ ଫଟୋ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଅମ୍ରିତ ପାଲ ସିଂ ତୀର୍ଥଯାତ୍ରୀ, ବ୍ୟବସାୟୀ କିମ୍ବା ପର୍ଯ୍ୟଟକଙ୍କ ନାମରେ ପାକିସ୍ତାନର ଆନ୍ତର୍ଜାତୀୟ ସୀମା ପାର ହୋଇପାରେ। ଆହୁରି ମଧ୍ୟ କଳ୍ପନା କରାଯାଉଛି ଯେ ଅମ୍ରିତପାଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନରେ ଯାତ୍ରା କରୁଛି ।

ପୋଷ୍ଟରରେ ଅମ୍ରିତର ଅନେକ ରୂପ ଦେଖିବାକୁ ମିଳିଛି । ଭିନ୍ନ ରୂପରେ ଅତି କମରେ ଆଠଟି ଚିତ୍ର ରହିଛି ଏହି ପୋଷ୍ଟରରେ । କେଉଁଠି ମୁଣ୍ଡରେ ପଗଡି ଅଛି ତ ଅନ୍ୟ କେଉଁତିରେ ନାହିଁ, କିଛି ଫଟୋ ମୁହଁରେ ଡାଢି ଥିବା ବେଳେ ଆଉ କିଛି ଫଟୋରେ ଦାଢି ନଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଦୁଇଟି ମୋବାଇଲ୍ ନମ୍ବର ଦିଆଯାଇଛି । ଯଦି ତାଙ୍କ ବିଷୟରେ କାହାର ସୂଚନା ଅଛି, ତେବେ ନିମ୍ନରେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ। ସୂଚନାଦାତାଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବ ଏବଂ ସୂଚନାଦାତାଙ୍କ ନାମ ପ୍ରକାଶ ପାଇବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ମାର୍ଚ୍ଚ ୧୮ ରେ ଅମୃତପାଲ ଜଲନ୍ଦର ଜିଲ୍ଲା ପୋଲିସର କବଳରୁ ଖସି ପଳାଇଥିଲା । ନିକଟରେ ତାଙ୍କର ଘନିଷ୍ଠ ସହଯୋଗୀ ପପାଲପ୍ରୀତ ସିଂଙ୍କୁ ରାଜ୍ୟ ପୋଲିସ ଗିରଫ କରିଥିଲା। ଦଙ୍ଗା କରିବାକୁ ଉସୁକାଇବା, ହତ୍ୟା ଉଦ୍ୟମ, ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ସରକାରୀ କର୍ମଚାରୀଙ୍କୁ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ବାଧା ଦେବା ଭଳି ବିଭିନ୍ନ ଅଭିଯୋଗରେ ଅମ୍ରିତପାଲ ଏବଂ ତାଙ୍କ ସହଯୋଗୀ ନାମରେ ମାମଲା ରହିଛି ।

Get real time updates directly on you device, subscribe now.