fbpx

ଭାରତ-ପାକିସ୍ତାନ ସମ୍ବନ୍ଧ ସୁଧାରିବାକୁ ପ୍ରୟାସ ! ଶେହବାଜ ସରିଫଙ୍କୁ ଶୁଭେଚ୍ଛା ପତ୍ର ପଠାଇ ପାରନ୍ତି ପିଏମ ମୋଦୀ

ନୂଆଦିଲ୍ଲୀ: ଇମ୍ରାନ ସରକାରଙ୍କ ପତନ ପରେ ଶେହବାଜ ସରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଦ୍ୟତମ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ଶେହବାଜ ସରିଫଙ୍କୁ ଅଭିନନ୍ଦନ ପତ୍ର ପଠାଇ ପାରନ୍ତି। ଏଥିରେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧାର ଉପରେ ଗୁରୁତ୍ଵାରୋପ କରାଯାଇପାରେ।

ନ୍ୟୁଜ ୧୮ର ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଅଭିନନ୍ଦନ ପତ୍ର ପଠାଇ ପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପତ୍ରରେ ଦୁଇ ଦେଶକୁ ଆତଙ୍କବାଦ ଏବଂ ହିଂସାରୁ ମୁକ୍ତ ହେବା ଉପରେ ଜୋର ଦିଆଯାଇପାରେ। ହେଲେ ଏ ପର‌୍ୟ୍ୟନ୍ତ ଦୁଇ ନେତାଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ତେବେ ଆଗାମୀ ସମୟରେ ଦୁଇ ଦେଶର ପ୍ରତିପକ୍ଷ ଫୋନରେ କଥାବାର୍ତ୍ତା କରି ପାରନ୍ତି।

ସୋମବାର ସକାଳେ ପ୍ରଧାନମନ୍ତ୍ରୀ ଟୁଇଟ୍ ଜରିଆରେ ସରିଫଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଶାନ୍ତିର କଥା କହିଥିଲେ। ଭାରତ ଆତଙ୍କମୁକ୍ତ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି, ଯଦ୍ଵାରା ଆମେ ନିଜର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବା। ଏଥିସହ ଦେଶବାସୀଙ୍କ ଉନ୍ନତି ଏବଂ ସମୃଦ୍ଧି ସୁନିଶ୍ଚିତ କରାଯାଇ ପାରିବ।

Get real time updates directly on you device, subscribe now.