fbpx
BJD SKY
BJD SKY

କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମୁକ୍ତି ଦେଇଥାଏ ବାଇଗଣ, ହାର୍ଟ ସମସ୍ୟାକୁ ମଧ୍ୟ…

BJD

ବାଇଗଣ ଏପରି ଏକ ପରିବା । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ । ଅନେକ ଓୗଷଧିୟ ଗୁଣରେ ଭରପୁର ବାଇଗଣ । ଏହାକୁ ଖାଇବା ଦ୍ବାରା ଆମେ ଅନେକ ରୋଗରୁ ମୁକ୍ତି ପାଇଥାଉ । ତେବେ ଆସନ୍ତୁ ଜାଣିବା ବାଇଗଣ ଖାଇବାର ଉପକାରିତା ।

ବାଇଗଣରେ ଭରପୁର ମାତ୍ରାରେ ଫାଇଭର ଥିବାବେଳେ କ୍ୟାଲୋରୀ କମ୍ ଥାଏ । ଏଥିରେ ମ୍ୟାଗ୍ନେସିୟମ୍ , ମାଙ୍ଗାନିଜ୍, ପୋଟାସିୟମ୍ , ତମ୍ବା ପରି ପୁଷ୍ଟିକର ଉପାଦାନ ରହିଛି । ଯାହା ଆମ ହାଡକୁ ମଜବୁତ କରେ ।

ଯଦି ଆମେ ଏହାକୁ ପ୍ରତିଦିନ ଆମ ଖାଦ୍ୟରେ ଖାଉ , ତେବେ ଏହା ହଜମ ପ୍ରକ୍ରିୟାରେ ସହାୟକ ହେବା ସହ ରକ୍ତରେ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କାରୁ ଏହା ମୁକ୍ତି ଦେଇଥାଏ ।

ଆଜିକାଲି ଲୋକମାନେ ଖୁବ୍ କମ ବୟସରେ ହୃଦଘାତର ଶିକାର ହେଉଛନ୍ତି । ବାଇଗଣରେ ଅନେକ ପ୍ରକାରର ଭିଟାମିନ୍ , ବିଟା କାରୋଟିନ୍ , ପଲିଫେନୋଲ ଆଦି ରହିଥାଏ । ଯାହା ହାର୍ଟରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହେବାକୁ ଦିଏନାହିଁ । କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମଧ୍ୟ ମୁକ୍ତି ଦେଇଥାଏ ବାଇଗଣ ।

Get real time updates directly on you device, subscribe now.