fbpx

୮ ବର୍ଷର ବାଳକ ହେଲେ କୋଟି କୋଟି ଟଙ୍କାର ମାଲିକ, ଜାଣନ୍ତୁ କିପରି

ଆଜିକାଲି କମ୍ ସମୟ ମଧ୍ୟରେ ଅର୍ଥ ରୋଜଗାର କରି ଆଗକୁ ବଢ଼ିବା ପାଇଁ ସମସ୍ତେ ଚାହାନ୍ତି । ହେଲେ ଏହା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ । କିନ୍ତୁ ଗୋଟିଏ ୮ ବର୍ଷର ବାଳକ ଏହା କରି ଦେଖାଇଛି । ଉକ୍ତ ବାଳକଟି କମ୍ ସମୟରେ କୋଟି କୋଟି ଟଙ୍କାର ମାଲିକ ବନିଯାଇଛି । ଏହି ବାଳକର ନାମ ହେଉଛି ରେୟାନ କାଜି । ରେୟାନ ନିଜ ୟୁଟ୍ୟୁବ ଚ୍ୟାନେଲରୁ ଗୋଟିଏ ବର୍ଷରେ ୧୮୪ କୋଟି ଟଙ୍କା ଉପାର୍ଜନ କରିଥିବା ଜଣାପଡ଼ିଛି ।

ନିକଟରେ ଫୋର୍ବସ ମାଗାଜିନ ସର୍ବାଧିକ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରକାଶ କରିଛି, ଯେଉଁଥିରେ ରେୟାନଙ୍କ ନାମ ସ୍ଥାନ ପାଇଛି । ରେୟାନ ଆମେରିକାର ବାସିନ୍ଦା ହୋଇଥିବା ବେଳେ ତାଙ୍କର ୟୁଟ୍ୟୁବର ନାମ ହେଉଛି “Ryan’s World” । ୨୦୧୫ ମସିହାରେ ରେୟାନଙ୍କୁ ୩ ବର୍ଷ ହୋଇଥିବା ବେଳେ ସେ ତାଙ୍କର ଏହି ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ । ତାଙ୍କର ଚ୍ୟାନେଲରେ ୨୯ ମିଲିୟନ ସବସ୍କ୍ରାଇବର ରହିଥିବା ବେଳେ ସେ ଖେଳନା ଉପରେ ଭିଡିଓ ଅପଲୋଡ୍ କରିଥାନ୍ତି । ରିୟାନଙ୍କର ଭିଡିଓକୁ ଲକ୍ଷ ଲକ୍ଷ ଦର୍ଶକ ଦେଖିବା ସହ ପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.