fbpx
BJD SKY
BJD SKY

ଇଣ୍ଟରନେଟ ଦୁନିଆର ସବୁଠାରୁ ବଡ଼ ସ୍କାମ୍, ଗତବର୍ଷ ହୋଇଛି ୧୮ ହଜାର କୋଟିରୁ ଅଧିକ ଠକାମି, ଜାଣନ୍ତୁ କିପରି

BJD

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟର ଯୁଗରେ ଦିନକୁ ଦିନ ଅନଲାଇନ ଠକାମି ବଢ଼ିବାରେ ଲାଗିଛି । ଏହାଦ୍ୱାରା ସାଇବର ଅପରାଧୀମାନେ ସେମାନଙ୍କର ଜାଲ ବିଛାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରି ନେଉଛନ୍ତି । ଗତ ୨୦୨୧ରେ ସମଗ୍ର ବିଶ୍ୱରେ ଇ-ମେଲ ମାଧ୍ୟମରେ ସବୁଠାରୁ ଅଧିକ ସାଇବର ଠକାମି ହୋଇଥିବା ଜଣାପଡ଼ିଛି । ସାଇବର ଠକମାନେ ବିଭିନ୍ନ ଦେଶର ଲୋକଙ୍କୁ ୧୮୭୦୦ କୋଟିର ଚୁନା ଲଗାଇଥିବା କୁହାଯାଉଛି ।

ତେବେ ବିଜିନେସ ଇ-ମେଲ ଓ ଇ-ମେଲ ଆକାଉଣ୍ଟ କମ୍ପ୍ରମାଇଜ କାରଣରୁ ୨୦୨୧ରେ ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି । ତେବେ ଏହି ଠକାମିର ପରିମାଣକୁ ଦେଖିଲେ ମୁଣ୍ଡ ଖରାପ ହୋଇଯାଉଛି । ଯେଉଁ ଲୋକଙ୍କର ବିଜିନେସ ଓ ବ୍ୟକ୍ତିଗତ ଇ-ମେଲ ଆକାଉଣ୍ଟ ରହିଥିଲା, ସେମାନଙ୍କୁ ଭୟଙ୍କର ଭାବେ ଟାର୍ଗେଟ୍ କରାଯାଇଥିଲା ।

୨୦୨୧ରେ ଆମେରିକାରେ ଏଭଳି ଠକାମି ସବୁଠାରୁ ବେଶି ହୋଇଥିବା ଜଣାପଡ଼ିଛି । ଏଫବିଆଇର ରିପୋର୍ଟ ମୁତାବକ, ଗତବର୍ଷ ସବୁଠାରୁ ବେଶି ସାଇବର କ୍ରାଇମ୍ ବଢ଼ିଥିଲା । ସାଇବର ଫ୍ରଡ ଆମେରିକାରେ ୫୯ ପ୍ରତିଶତ, ୟୁକେରେ ୩୮ ପ୍ରତିଶତ ଓ ଅନ୍ୟ ଦେଶମାନଙ୍କରେ ୩ ପ୍ରତିଶତ ହୋଇଥିଲା ।

ସ୍କାମ୍ ପାଇଁ ହ୍ୟାକର୍ସ ସ୍ପୁକିଂ ବା ପର୍ସନାଲ ଇ-ମେଲ ଆକାଉଣ୍ଟର ୟୁଜ କରିଥାନ୍ତି । ଏବେ ଫ୍ରଡମାନେ ଭର୍ଚୁଆଲ ମିଟିଂ ପ୍ଲାଟଫର୍ମକୁ ବ୍ୟବହାର କରି ହ୍ୟାକିଂ କରୁଛନ୍ତି । ଏହା ମାଧ୍ୟମର ସେମାନେ ବିଜିନେସ ଲିଡର୍ସଙ୍କ କ୍ରେଡେନସିଆଲ ଚୋରି କରି ନିଅନ୍ତି ଓ ଫ୍ରଡ ୱାୟର୍ଡକୁ ସଙ୍ଗେସଙ୍ଗେ କ୍ରିପ୍ଟୋକରେନ୍ସିକୁ ଟ୍ରାନ୍ସଫର କରିଥାନ୍ତି । ତାହା ପରେ ସହଜରେ ରିକଭରୀ ହୋଇଯାଇଥାଏ । ଅନେକ ସମୟରେ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଫସାଇ ଦିଆଯାଇଥାଏ । ୪୦୧କେ, ପୋଞ୍ଜି ଓ ପିରାମିଡ ଏପରି କିଛି ସ୍କାମର ଉଦାହରଣ ଅଟେ ।

Get real time updates directly on you device, subscribe now.