fbpx

SBIର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ATM ଟ୍ରାଞ୍ଜାକସନ ଓ Balance Check କଲେ ଏଣିକି ଦେବାକୁ ପଡ଼ିବ ଚାର୍ଜ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏସବିଆଇ ପକ୍ଷରୁ ଏଟିଏମ୍ ଟ୍ରାଞ୍ଜାକସନ ଶୁଳ୍କ ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଏସବିଆଇ ଓ ଅନ୍ୟ ବ୍ୟାଙ୍କର ବାଲାନ୍ସ ଚେକ୍ କରିବା ପାଇଁ ଗ୍ରାହକମାନେ ଅର୍ଥ ପଇଠ କରିବେ । ଏଥିସହିତ ଅନ୍ୟ କିଛି ନିୟମ ପରିବର୍ତ୍ତନ କରାଯାଇଥିବା ନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ତେବେ ନୂଆ ନିୟମ ଅନୁଯାୟୀ, ଯଦି ଗ୍ରାହକମାନେ ୧ ଲକ୍ଷ ପର୍ଯ୍ୟନ୍ତ ବାଲାନ୍ସ ମେଣ୍ଟେନ କରନ୍ତି, ତେବେ ସେମାନଙ୍କୁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡ଼ିବ ନାହିଁ । ଅନ୍ୟ ବ୍ୟାଙ୍କର ଏଟିଏମରୁ ପଇସା କାଢ଼ିଲେ ଆପଣଙ୍କୁ ୩ଟି ଟ୍ରାଞ୍ଜାକସନ ଫ୍ରି ମିଳିବ । ନନ-ଏସବିଆଇ ଏଟିଏମରୁ ପଇସା କାଢ଼ିବା ପାଇଁ ଅଲଗା ଲିମିଟ୍ ରହିଛି ।

ଏବେ ଆପଣଙ୍କୁ ଏସବିଆଇ ଓ ନନ-ଏସବିଆଇ ଏଟିଏମ ଆଧାରରେ ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡ଼ିବ । ଯଦି ଆପଣ ଏସବିଆଇ ଏଟିଏମରୁ ଲିମିଟରୁ ଅଧିକ ପଇସା କାଢ଼ିବେ, ତେବେ ୧୦ ଟଙ୍କା ଚାର୍ଜ ଲାଗିବ । ସେହିପରି ନନ-ଏସବିଆଇ ଏଟିଏମରୁ ଲିମିଟରୁ ଅଧିକ ପଇସା କାଢ଼ିଲେ ୨୦ ଟଙ୍କା ଦେବାକୁ ପଡ଼ିବ ।

ଏସବିଆଇ ଏଟିଏମରୁ ବାଲାନ୍ସ ଚେକ୍ ପାଇଁ ୫ ଟଙ୍କା ଓ ଅନ୍ୟ ବ୍ୟାଙ୍କର ଏଟିଏମରୁ ବାଲାନ୍ସ ଚେକ୍ ପାଇଁ ୮ ଟଙ୍କା ଲାଗିବ । ଅନ୍ତର୍ଜାତୀୟ ବାଲାନ୍ସ ଟ୍ରାଞ୍ଜାକସନରେ ଆପଣଙ୍କୁ ମୋଟ ଟ୍ରାଞ୍ଜାକସନ ଚାର୍ଜ ୩.୫ ପ୍ରତିଶତ ଓ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ଯଦି ଆପଣମାନେ ଖାତାରେ ୧ ଲକ୍ଷ ଟଙ୍କା ମେଣ୍ଟେନ ରଖିବେ, ତେବେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.