fbpx

ଚାର ଧାମ ଯାତ୍ରା ସାଜିଲା ଶେଷ ଯାତ୍ରା: ବର୍ତ୍ତମାନ ସୁଦ୍ଧା ୮୬ ଯାତ୍ରୀଙ୍କ ଗଲାଣି ଜୀବନ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଚାର ଧାମ ଯାତ୍ରା ଆରମ୍ଭ ହେବାର ଏକ ମାସ ପୂରି ନାହିଁ । ତେବେ ଏହି କମ୍ ସମୟ ମଧ୍ୟରେ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୪୪ ଜଣ କେଦାରନାଥ ଯାତ୍ରା ସମୟରେ, ୨୫ ଜଣ ଯମୁନେତ୍ରୀରେ, ୧୩ ଜଣ ବଦ୍ରିନାଥରେ ଓ ୪ ଜଣ ଗଙ୍ଗୋତ୍ରେୀରେ ପ୍ରାଣ ହରାଇଛନ୍ତି । ତେବେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ମତ ଦେଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏତେସଂଖ୍ୟକ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି । ସରକାରଙ୍କ ଲାପରବାହୀର ସୀମା ଟପିଛି ଓ ଏହା ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଖବର । ଯଦି ଆଗକୁ ଏପରି ମୃତ୍ୟୁ ଜାରି ରୁହେ, ତେବେ ସମଗ୍ର ଦେଶରେ ଉତ୍ତରାଖଣ୍ଡ ବିରୋଧରେ ଖରାପ ସନ୍ଦେଶ ଯିବ ବୋଲି ସେ କହିଛନ୍ତି । ତେବେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବରୁ ମୃତ୍ୟୁ ହୋଇ ନଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଯେଉଁମାନଙ୍କର ମୃତ୍ୟୁ ପୂର୍ବରୁ ଘଟିସାରିଛି, ସେମାନଙ୍କୁ ହସ୍ପିଟାଲକୁ ଅଣାଯାଉଛି । ଏହି ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ମେଡିକାଲ ବ୍ୟବସ୍ଥା କରାଯାଇଛି । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କର ବ୍ଲକ ପ୍ରେସର, ସୁଗାର ଆଦି ସମସ୍ୟାର ସମାଧାନ ପାଇଁ ମେଡିକାଲ ଟେଷ୍ଟ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୭ ଯାତ୍ରା ସମୟରେ ୧୧୨ ଜଣ, ୨୦୧୮ରେ ୧୦୨ ଜଣ ଓ ୨୦୧୯ରେ ୯୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.