fbpx

ଏକନାଥ ସିନ୍ଦେଙ୍କ ପାଇଁ ମୁସ୍କିଲ ସାଜିଲା ନିର୍ବାଚନୀ ଚିହ୍ନ, ପ୍ରଶ୍ନ ଉଠାଇଲା ଶିଖ ସମୁଦାୟ

ନୂଆଦିଲ୍ଲୀ: ଶିବସେନାର ଦୁଇ ଗୋଷ୍ଠୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ପାର୍ଟିକୁ ଆବଣ୍ଟିତ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଜାରି ରହିଛି। ଶିଖ ସମୁଦାୟର ନେତା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟିର ନିର୍ବାଚନ ଚିହ୍ନ ଉପରେ ଆପତ୍ତି ଉଠାଇଛନ୍ତି। ସିନ୍ଦେଙ୍କ ପାର୍ଟିର ନିର୍ବାଚନ ଚିହ୍ନ ଦୁଇଟି ତଲଓ୍ଵାର ଏବଂ ଢାଲ। ଶିଖ ସମୁଦାୟର ଲୋକଙ୍କ କହିବା କଥା ଏହା ଖାଲସା ପନ୍ଥର ଧାର୍ମିକ ପ୍ରତୀକ। ଅନ୍ୟପକ୍ଷେ ସମତା ପାର୍ଟି ଉଦ୍ଧବ ଠାକରେଙ୍କ ପାର୍ଟିର ନିର୍ବାଚନ ଚିହ୍ନ ମଶାଲ ଉପରେ ପ୍ରଶ୍ନ ଉଠାଇ ସାରିଛି।

ଗୁରୁଦ୍ଵାର ସଚଖଣ୍ଡ ବୋର୍ଡର ନାଦେଣ୍ଡର ପୂର୍ବତନ ସଂପାଦକ ରଞ୍ଜିତ ସିଂହ କାମଥେକର ଏବଂ ଜଣେ ସ୍ଥାନୀୟ କଂଗ୍ରେସ ନେତା ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଏକନାଥ ସିନ୍ଦେଙ୍କ ପାର୍ଟିକୁ ଦିଆଯାଇଥିବା ନିର୍ବାଚନୀ ଚିହ୍ନକୁ ନେଇ ଆପତ୍ତି ଉଠାଇଛନ୍ତି। ଯେଉଁ ଚିହ୍ନ ଦିଆଯାଇଛି ତାହା ଧାର୍ମିକ ପ୍ରତୀକ। ଯଦି ନିର୍ବାଚନ ଆୟୋଗ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆମେ ଅଦାଲତର ଦ୍ଵାରସ୍ଥ ହେବୁ।

ସେ କହିଛନ୍ତି, ଆମର ଧାର୍ମିକ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଖାଲସା ପନ୍ଥର ଧାର୍ମିକ ପ୍ରତୀକ ଭାବେ ତଲଓ୍ଵାର ଏବଂ ଢାଲକୁ ସ୍ଥାପିତ କରିଥିଲେ। ଏହା ପୂର୍ବରୁ ଦୁଇ ଗୋଷ୍ଠୀ ଆୟୋଗଙ୍କୁ ଚିଠି ଲେଖି ନିର୍ବାଚନ ଚିହ୍ନ ଭାବେ ତ୍ରିଶୂଳ ଏବଂ ଗଦା ଦେବାକୁ ପ୍ରସ୍ତାବ ଦେଇଥିଲେ। କାମଥେକର କହିଛନ୍ତି, ମୁଁ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ ଯେ, ସିନ୍ଦେ ଗୋଷ୍ଠୀଙ୍କୁ ଆବଣ୍ଟିତ ନିର୍ବାଚନ ଚିହ୍ନ ଧାର୍ମିକ ପ୍ରତୀକ। ସେ ନିର୍ବାଚନ ଆୟୋଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଅନ୍ୟ ରାଜନେତାଙ୍କୁ ଟୁଇଟ୍ କରି ସନ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.