fbpx

ଏବେ କିନ୍ନରଙ୍କୁ ପୁରୁଷ ଓ ମହିଳା କରିବେ ସରକାର: ମାଗଣାରେ ହେବ ଅପରେସନ

ଜୟପୁର: ରାଜସ୍ଥାନରେ ଏବେ କିନ୍ନରମାନଙ୍କୁ ପୁରୁଷ ଓ ମହିଳା କରିବେ ସରକାର । ଦେଶରେ ପ୍ରଥମ ସମ୍ମାନ ଯୋଜନା ଲଞ୍ଚ କରିବାକୁ ଯାଉଛନ୍ତି ରାଜସ୍ଥାନ ସରକାର । ଏହା ଅଧିନରେ ଲିଙ୍ଗ ବଦଳିବାକୁ ସରକାରୀ ମେଡିକାଲରେ ଅପରେସନ୍ କରାଯିବ । ଲିଙ୍ଗ ବଦଳାଇାବକୁ ଅପରେସନ୍ କରୁଥିବା ଟ୍ରାନ୍ସଜେଣ୍ଡରଙ୍କୁ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବେ ସରକାର ।

ତେବେ ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରୀ ବିଭାଗ ଏଥିପାଇଁ ଉତଥାନ କୋଷ ଗଠନ କରିଛନ୍ତି । ଏହି କୋଷର ସ୍ଥାପନା ୧୦ କୋଟିରୁ କରାଯାଇଛି । ବିଭାଗର ଉପନିର୍ଦ୍ଦେଶ ଓମପ୍ରକାଶ ତୋଷନିୱାଲ କହିଛନ୍ତି ଯେ, ସରକାରୀ ମେଡିକାଲରେ ଟ୍ରାନ୍ସଜେଣ୍ଡରଙ୍କର ମାଗଣାରେ ଅପରେସନ୍ କରାଯିବ । ଯଦି କେହି ବାହାର ମେଡିକାଲରେ ଅପରେସନ୍ କରିବାକୁ ଚାହାଁନ୍ତି, ତେବେ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଯେଉଁ ଟ୍ରାନ୍ସଜେଣ୍ଡରମାନେ ଲିଙ୍ଗ ପରିବତ୍ତର୍ନ କରିବାକୁ ଇଚ୍ଛୁକ, ସେମାନେ ସାମାଜିକ ନ୍ୟାୟ ଓ ଅଧିକାରୀ ବିଭାଗରେ ଆବେଦନ କରିପାରିବେ ।

ରାଜସ୍ଥାନର ୨୦ ହଜାରରୁ ଅଧିକ ଟ୍ରାନ୍ସଜେଣ୍ଡରକୁ ସମ୍ମାନ ଦେବାକୁ ଯାଇ ଗୋହଲଟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ଡାକ୍ତରଙ୍କ କହିବା ମୁତାବକ, ଟ୍ରାନ୍ସଜେଣ୍ଡରଙ୍କଠାରେ ହରମୋନ ଅସନ୍ତୁଳିତ ଅଛି, ଯେଉଁଥିପାଇଁ ସେମାନେ ପୁରୁଷ କିମ୍ବା ମହିଳା ଭାବରେ ସମ୍ପୂର୍ଣ୍ଣ ବିକାଶିତ ହେବାରେ ଅସମର୍ଥ ହେଉଛନ୍ତି । ଏହାକୁ sex reassignment ସର୍ଜରୀ ମାଧ୍ୟମରେ ପରିବର୍ତ୍ତନ କରାଯାଇପାରିବ । ଟ୍ରାନ୍ସଜେଣ୍ଡରଙ୍କଠାରେ ପୁରୁଷ ହରମୋନ୍ କି ମହିଳା ହରମୋନ ଅଛି ବୋଲି ପ୍ରଥମେ ଦେଖାଯିବ । ସେହି ଅନୁସାରେ ସେମାନଙ୍କର ଅପରେସନ କରାଯିବ ।

Get real time updates directly on you device, subscribe now.