fbpx
BSKY SKY
BSKY SKY

(video)ଶୀତରୁ ରକ୍ଷା ପାଇବାକୁ ମଶାଣିରେ ଜଳୁଥିବା ଚିତା ପାଖରେ ଶୋଇଗଲେ ବ୍ୟକ୍ତି, ଭିଡିଓ ଦେଖିଲେ ଥରି ଉଠିବ ଛାତି

BSKY

କାନପୁର: ଏବେ ଉତ୍ତରଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡାରେ ଲୋକଙ୍କ ଅସ୍ତବ୍ୟସ୍ତ ଜୀବନର ଚିତ୍ର ପ୍ରତିଦିନ ସୋସିଆଲ ମିଡିଆରେ ସାମ୍ନାକୁ ଆସିବାରେ ଲାଗିଛି । ତେବେ କାନପୁରରୁ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିବା ପରେ ଆପଣଙ୍କ ନିଃଶ୍ୱାସ ନିମିଷକ ଲାଗି ଅଟକିଯିବା ପରି ଲାଗିବ । ଭିଡିଓରେ ମଶାଣୀ ଚିତା ନିକଟରେ ଜଣେ ବୟସ୍କ ବ୍ୟକ୍ତି ଘୋଡି ହୋଇ ଶୋଇଥିବାର ନଜର ଆସୁଛନ୍ତି । ଏହି ଭିଡିଓ କାନପୁରର ଭୈରବ ଘାଟ ଅଞ୍ଚଳର ।

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଭୈରବ ଘାଟରେ ଏକ ଚିତା ଜଳୁଛି ଓ ସେହି ଚିତାକୁ ଲାଗି ଜଣେ ବୟସ୍କ ବ୍ୟକ୍ତି ଶୋଇ ରହିଛନ୍ତି । ସେଠାରେ ଥିବା ଲୋକମାନେ ଏହି ଭିଡିଓକୁ ପ୍ରସ୍ତୁତ କରିଛନ୍ତି । ଏହା ସହିତ ଭିଡିଓରେ ଭୈରବ ଘାଟର ପରିସର ମଧ୍ୟ ନଜର ଆସୁଛି । ଲୋକମାନେ ଯେତେବେଳେ ତାଙ୍କୁ ପଚାରିଛନ୍ତି କି ଏଠାରେ କାହିଁକି ଶୋଇଛ ସେତେବେଳେ ସେ କହିଛନ୍ତି ତାଙ୍କୁ ଭୀଷଣ ଥଣ୍ଡା ଲାଗୁଛି । ଏହି କାରଣଣୁ ସେ ଏଠାରେ ଶୋଇଛନ୍ତି ।

Get real time updates directly on you device, subscribe now.