fbpx
BSKY SKY
BSKY SKY

ଗାଁ ମଝିରେ ଘଟିଲା ଦୁର୍ଘଟଣା: ଖେଳୁଥିବା ବେଳେ ମାଡ଼ିଗଲା କାର୍, ଜଣେ ବୃଦ୍ଧା ଓ ଦୁଇ ଶିଶୁ ମୃତ

BSKY

ଅନୁଗୁଳ: ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ଖେଳୁଥିଲେ, ହେଲେ ଜାଣି ନଥିଲେ ଏହା ହେବ ସେମାନଙ୍କ ଜୀବନର ଶେଷ ଖେଳ। ଜଣେ ବୃଦ୍ଧା ଓ ଦୁଇ ଶିଶୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ମାଡ଼ି ଆସିଲା କାଳ ରୁପି କାର୍, ଆଉ ନେଇଗଲା ତିନି ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲାର ବିକ୍ରମ ପୁର ଥାନା ଗୋବରା ଗାଁ’ରେ।

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବୃଦ୍ଧା ଓ ଦୁଇ ଶିଶୁଙ୍କ ଉପରେ କାର ଚଢି ଯାଇଥିଲା। ନିଶା ଶକ୍ତ ଅବସ୍ଥାରେ ଡ୍ରାଇଭର ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ସନ୍ଧ୍ୟା ସମୟରେ ପିଲା ମାନେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ଏକ ସେମାନଙ୍କ ଉପରେ ମାଡି ଯାଇଥିଲା। କେହି କିଛି ଭାବିବା ପୂର୍ବରୁ ଗାଡି ଟି ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କ’ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ଡାକ୍ତର ଅନେକ ଚେଷ୍ଟା କରି ମଧ୍ୟ ସେମାନଙ୍କୁ ବଞ୍ଚାଇ ପାରି ନଥିଲେ ଏବଂ ମେଡିକାଲରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ ମୃତ ମହିଳା ହେଲା ପ୍ରମିଳା ପ୍ରଧାନ। ଦୁଇ ଶିଶୁ ହେଲେ ପୁନମ ପ୍ରଧାନ ଓ ଗୁଗୁ ବୋଲି ଜଣାପଡିଛି। ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଲୋକ ନିଶାଗ୍ରସ୍ତ ଥିବା ଚଳକ ଓ ଅନ୍ୟ ଜଣକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି। ଖବର ପାଇ ବିକ୍ରମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। ଘଟଣାକୁ ନେଇ ପୁରା ଗାଁ’ରେ ଏବେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।

Get real time updates directly on you device, subscribe now.