fbpx

ପୌର ନିର୍ବାଚନ ପୂର୍ବରୁ ବଡ଼ଧରଣର ଅଦଳବଦଳ: ବଦଳିଲେ ୧୮ ପୌର ଅଧିକାରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଶନିବାର ବିଭିନ୍ନ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ବଡ଼ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଖଲ୍ଲିକୋଟ ଏନ୍‌ଏଏସି କାର୍ଯ୍ୟନିର୍ବାହୀ ଅଫିସର ରାମଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଜୁନିୟର ଇଞ୍ଜିନିୟର ଭାବେ ବଦଳି କରାଯାଇଛି । ସେହିପରି କଟକ ଡେପୁଟି କଲେକ୍ଟର ଅନୀତା ପାତ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ପଲ୍ଲବୀ ବେହେରାଙ୍କୁ ବାଙ୍କି ଏନ୍‌ଏଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରଦୀପ କୁମାର ଶାହଙ୍କୁ ଚମ୍ପୁଆ ଏନ୍‌ଏଏସିର କାର୍ଯ୍ୟନିର୍ବାହୀ ଅଫିସର ଓ ଗୌରହରି ମହାନ୍ତଙ୍କୁ ପାଟଣାଗଡ଼ ଏନଏଏସିର କାର୍ଯ୍ୟନିର୍ବାହୀ ଅଫିସର ଭାବେ ବଦଳି କରାଯାଇଛି ।

ମଧୁସ୍ମିତା ସିଂଙ୍କୁ ସୁନ୍ଦରଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଫିସର, ସୁକାନ୍ତ ଚନ୍ଦ୍ର ବେଉରାଙ୍କୁ ରାଉରକେଲା ମ୍ୟୁନିସପାଲ କର୍ପୋରେସନର ଆସିଷ୍ଟାଣ୍ଟ କମିଶନର, ମେହୋଡିୟସ୍‌ ଲାକ୍ରାଙ୍କୁ ରାଜଗାଙ୍ଗପୁର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଫିସର, ଅକ୍ଷୟ କୁମାର ପରିଡ଼ାଙ୍କୁ ଖଲ୍ଲିକୋଟ ଏନଏସିର କାର୍ଯ୍ୟନିର୍ବାହୀ ଅଫିସର, ପ୍ରମୋଦ କୁମାର ପାଢ଼ୀଙ୍କୁ ବାଲୁଗାଁ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର, ଆକ୍ରୀର୍ତ୍ତି ଗୋଏଙ୍କାଙ୍କୁ ହିନ୍ଦୋଳ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର, ଚନ୍ଦ୍ରମଣି ସ୍ୱାଇଁଙ୍କୁ ବ୍ରଜରାଜନଗର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଫିସର, ସତ୍ୟପ୍ରକାଶ ମିଶ୍ରଙ୍କୁ ନିମାପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଫିସର, ଧର୍ମେନ୍ଦ୍ର ଶତପଥୀଙ୍କୁ ରାଇରଙ୍ଗପୁର ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର ଭାବେ ବଦଳି କରାଯାଇଛି । ସେହିପରି କୋରାପୁଟ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଫିସର ଶାଶ୍ୱତ ଜମାଦାରଙ୍କୁ ସୁନାବେଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଫିସର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Get real time updates directly on you device, subscribe now.