fbpx

ବିଜୟ ଉତ୍ସବରେ କରୋନା ନିୟମର ଉଲ୍ଲଂଘନ, FIR ପାଇଁ ନିର୍ବାଚନ ଆୟୋଗଙ୍କ ନିଦ୍ଦେର୍ଶ

ନୂଆଦିଲ୍ଲୀ ୦୨ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ନିୟମ ଉଲ୍ଲଂଘନ ନେଇ ନିର୍ବାଚନ ଆୟୋଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲାରେ ତୁରନ୍ତ ଲିଖିତ ଅଭିଯୋଗ କରାଯାଉ । ଏହାସହ ପାଖରେ ଥିବା ପୋଲିସ ଷ୍ଟେସନର ଏସଏଚଓଙ୍କୁ ସସ୍ପେଣ୍ଡ କରାଯାଉ । ଏଥିସହ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ ହେବା ଆବଶ୍ୟକ । ନିର୍ବାଚନ ଫଳାଫଳ ଘୋଷଣ ହେବା ପୂର୍ବରୁ ଡିଏମକେ ଓ ଟିଏମସି ଦୁଇ ଦଳ ବିଜୟ ଉତ୍ସବ ପାଳନ କରିଥିବା ବେଳେ କୋଭିଡ୍ ନିୟମର ଉଲ୍ଲଂଘନ କରାଯାଇ ଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ କରୋନା ସଂକ୍ରମଣ ବଢୁଥିବାରୁ ମନ୍ଦ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ । ଏନେଇ ନିର୍ବାଚନ ଆୟୋଗ ଭୋଟ ଫଳାଫଳକୁ ନେଇ କୌଣସି ଦଳ ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ ବୋଲି ଗାଇଡଲାଇନ୍ ଜାରି କରିଥିଲେ । ହେଲେ ଟିଏମସି ଓ ଡିଏମକେ ଏହାର ଉଲ୍ଲଂଘନ କରିଥିଲେ ।

ଅନ୍ୟପଟେ ମମତାଙ୍କ ତୃଣମୂଳ କଂଗ୍ରେସ ଏବେଯାଏ ୨୦୬ ଟି ଆସନରେ ଆଗୁଆ ରହିଛିି । ଏନେଇ ତୃଣମୂଳ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି । ନୃଣମୂଳ କଂଗ୍ରେସର ସଦସ୍ୟମାନେ ମମତା ବାଜାର୍ଜୀଙ୍କ ଘର ସମ୍ମୁଖରେ ଏକାଠି ହୋଇ ସବୁଜ ରଙ୍ଗରେ ହୋଲି ଖେଳୁ ଥିବାର ଦେଖିବାକୁ ମିଳିଛି । ସେହିପରି ତାମିଲନାଡୁର ଡିଏମକେ ପାର୍ଟିର ସଦସ୍ୟ ମଧ୍ୟ ଡିଏମକରେ ବିଜୟ ପାଳନ ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.