fbpx

ଓମିକ୍ରନ ସଙ୍କଟ ପାଇଁ ଘୁଞ୍ଚିପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ: ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ

Advertisement

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ମସିହା ଫେବୃଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ନରେନ୍ଦ୍ର ମୋଦି ଓ ନିର୍ବାଚନ କମିଶନଙ୍କୁ ନିର୍ବାଚନ ଘୁଞ୍ଚାଇବା ନେଇ ପରାମର୍ଶ ଦେଇଛନ୍ତି ।

ତେବେ ଆସନ୍ତା ସପ୍ତାହରେ ଉତ୍ତରପ୍ରଦେଶ ଗସ୍ତ କରି ସେଠାକାର ସ୍ଥିତି ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା କହିଛନ୍ତି । ସେହିପରି ନିର୍ବାଚନ ରାଲି ଓ ପ୍ରଚାର ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟରେ ମଧ୍ୟ ଯାଚିକା ଦାୟର ହୋଇଛି । ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ମଧ୍ୟ ୟୁପି ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ କହିଛନ୍ତି । ୟୁପି ସହ ଅନ୍ୟ ରାଜ୍ୟରେ ନିର୍ବାଚନ ଘୁଞ୍ଚିବ କି ନା ସେନେଇ ନିଷ୍ପତ୍ତି ନିର୍ବାଚନ ଆୟୋଗ କରିବ ।

ଗତବର୍ଷ କରୋନା ପାଇଁ କିଛି ରାଜ୍ୟରେ ପଞ୍ଚାୟତ ଓ ବିଧାନସଭା ନିର୍ବଚାନକୁ ଆୟୋଗ ଘୁଞ୍ଚାଇଥିଲେ । ସମ୍ବିଧାନର ୩୨୪ ଧାରା ଅନୁଯାୟୀ ନିର୍ବାଚନ କରାଇବାର ଦାୟିତ୍ୱ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ରହିଛି । ଏଥିସହ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୫୨, ୫୭ ଓ ୧୫୩ରେ ନିର୍ବାଚନ ରଦ୍ଦ ବା ଘୁଞ୍ଚାଇବା ନେଇ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବା, ଦଙ୍ଗା ବା ପ୍ରାକୃତିକ ଦୁର୍ବିପାକ ଘଟଣା ଘଟିବା, ନିର୍ବାଚନରେ ଗଡ଼ବଡ଼ି ଦେଖାଦେବା, ଅର୍ଥର ଦୁରୂପଯୋଗ ବା ଭୋଟରଙ୍କୁ ଲାଞ୍ଚ ଦେବା ଆଦି ସ୍ଥିତି ଉପୁଜିଲେ ନିର୍ବାଚନ ଆୟୋଗ ନିର୍ବାଚନକୁ ଘୁଞ୍ଚାଇ ପାରିବେ ।

Get real time updates directly on you device, subscribe now.