fbpx

୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ହେବ ନିର୍ବାଚନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଉପରେ ନିଜର ରାୟ ଶୁଣାଇବା ସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସରକାର ଏଠାରେ ୩୦ ସେପ୍ଟେମ୍ବର ୨୦୨୪ସୁଦ୍ଧା ନିର୍ବାଚନ କରାଇବେ । ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଆମେ ନିର୍ଦ୍ଦେଶ ଦେଉଛୁ କି ରାଜ୍ୟରେ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ କରାଇବାକୁ ।

ଏହା ସହିତ କୋର୍ଟ କହିଛନ୍ତି ଜାମ୍ମୁ କାଶ୍ମୀରକୁ ଶୀଘ୍ର ରାଜ୍ୟର ମାନ୍ୟତା ମିଳିଯିବା ଉଚିତ । ଏଠାରେ ସୂଚାଇ ଦିଆଯାଇପାରେ କି ସେପ୍ଟେମ୍ବର ୫ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରୁ ରାଜ୍ୟର ମାନ୍ୟତା ଫେରାଇ ନେଇଥିଲେ ଓ ସେବେଠାରୁ ଏହା ଏକ କେନ୍ଦ୍ର ଶାସିତ ରାଜ୍ୟ ରହିଆସିଛି ଓ ଏବେ ଏହାର ସମସ୍ତ ପ୍ରଶାସନିକ କାର୍ଯ୍ୟ ଉପରାଜ୍ୟପାଳ ମନୋଜ ସିହ୍ନା ସମ୍ଭାଳୁଛନ୍ତି ।

Get real time updates directly on you device, subscribe now.