fbpx
BSKY SKY
BSKY SKY

ପିଆଜ ପରେ ଏଣିକି ମହଙ୍ଗା ହେଲା ରସୁଣ: କିଲୋଗ୍ରାମ ପିଛା ୪୦୦ ଟଙ୍କାରେ ପହଞ୍ଚିଲା ଦାମ୍

BSKY

ନୂଆଦିଲ୍ଲୀ: ପିଆଜ ପରେ ଏବେ ରସୁଣ ଦାମ୍ ପୁଣି ଲୋକଙ୍କ ଚିନ୍ତାରେ ପକାଇଛି । ବର୍ତ୍ତମାନ ମହଙ୍ଗା ମାଡ ଲୋକଙ୍କୁ କଷ୍ଟ ଦେଇଛି । ଚଟଣୀର ସ୍ୱାଦରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରସୁଣର କିଲୋଗ୍ରାମ ପିଛା ୪୦୦ ଟଙ୍କାରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ଆପଣଙ୍କୁ ଚଟନି ଏବଂ ଅନ୍ୟାନ ଆଇଟମ ପାଇଁ ରସୁଣକୁ ମେନୁରୁ ଦୂରେଇ ରଖିବାକୁ ପଡିବ ।

ତେବେ ଅଦା-ରସୁଣ ପେଷ୍ଟ ବିନା ପନିପରିବା, ମଟନ୍ ଏବଂ ଚିକେନ୍ ର ସ୍ୱାଦ ମଧ୍ୟ ପ୍ରଭାବିତ ହେବ । ନୂଆ ଫସଲ ବଜାରରେ ପହଞ୍ଚିବା ପାଇଁ ସମୟ ଲାଗିବ ଏବଂ ସେପର୍ଯ୍ୟନ୍ତ ମୂଲ୍ୟ ଅଧିକ ରହିବ ବୋଲି ଆଶା କରାଯାଉଛି । ଦୁର୍ଭାଗ୍ୟବଶତଃ ଅକ୍ଟୋବର ଏବଂ ନଭେମ୍ବରରେ ଅତିରିକ୍ତ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଫସଲ ବର୍ବାଦ ହେଲା ।

ରସୁଣର ମୂଲ୍ୟ କାହିଁକି ବଢ଼଼ୁଛି: ଖୁଚୁରା ବଜାରରେ ରସୁଣର ମୂଲ୍ୟ ୩୦୦-୪୦୦ ଟଙ୍କାରେ ପହଞ୍ଚିିଛି । ମୁମ୍ବାଇର ହୋଲସେଲରମାନଙ୍କୁ ପଡୋଶୀ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ କିଣିବାକୁ ପଡୁଛି । ଏହା ଯୋଗୁଁ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଦେୟ ବୃଦ୍ଧି ପାଇଛିି ।

Get real time updates directly on you device, subscribe now.