fbpx

ଅଧ୍ୟୟନରୁ ଆସିଲା ବଡ ତଥ୍ୟ, ପେଟ୍ରୋଲ, ଡିଜେଲ କାର୍ ଅପେକ୍ଷା ବୈଦ୍ୟୁତିକ ଯାନ ଅଧିକ ସୂକ୍ଷ୍ମ କଣିକା ନିର୍ଗତ କରିଥାଏ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ ଏବେ ପରିବେଶ ଅନୁକୂଳ ଯାତାୟତ ମାଧ୍ୟମ ଉପରେ ସମସ୍ତଙ୍କ ଆଗ୍ରହ ବୃଦ୍ଧି ପାଉଛି । ଏହି କ୍ରମରେ ବହୁ ଲୋକ ବିଶ୍ୱାସ କରନ୍ତି କି ପାରମ୍ପାରିକ ପେଟ୍ରୋଲ ଓ ଡିଜେଲ୍ କାର୍ ପରିବର୍ତ୍ତେ ବୈଦ୍ୟୁତିକ ଯାନ ଭଲ ବିକଳ୍ପ ଅଟେ । କାରଣ ଏହିଯାନର ଗ୍ରୀନ୍ ହାଉସ୍ ଗ୍ୟାସ୍ ଉତ୍ସର୍ଜନ କମ୍ ରହିଛି ।
କିନ୍ତୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ଉତ୍ସର୍ଜନ ଉପରେ ଅଧ୍ୟୟନ କରୁଥିବା ଏକ ବିଶେଷଜ୍ଞ ଗୋଷ୍ଠୀ ଏହାକୁ ଅସ୍ୱୀକାର କରିଛନ୍ତି । ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ ରିପୋର୍ଟରେ ବୈଦ୍ୟୁତିକ ଯାନରୁ ନିର୍ଗତ ସୂଷ୍ମ କଣ ପେଟ୍ରୋଲ, ଡିଜେଲ୍ ଚାଳିତ କାର୍ ଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରିଥାଏ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଉଭୟ ବୈଦ୍ୟୁତିକ ଓ ଜୀବାଶ୍ମ ଇନ୍ଧନରେ ପରିଚାଳିତ ଯାନର ବ୍ରେକ୍ସ ଓ ଟାୟାରରୁ ଅଧିକ ସୂକ୍ଷ୍ମ କଣ ଉତ୍ସର୍ଜନ ହୋଇଥାଏ ।

ଋିପୋର୍ଟରେ କୁହାଯାଇଛି ବୈଦ୍ୟୁତିକ ଯାନର ଓଜନ ତୁଳନାତ୍ମକ ଭାବରେ ଅଧିକ ହୋଇଥିବାରୁ ଏଥିରୁ ଅଧିକ ସୂକ୍ଷ୍ମ କଣିକା ନିର୍ଗତ ହୋଇଥାଏ । ଅନ୍ୟପକ୍ଷରେ ଗ୍ୟାସ୍‌ରେ ଚାଲୁଥିବା ଆଧୁନିକ ଯାନରେ କଣିକା ନିଷ୍କାସନ ପାଇଁ ଉତ୍ତମ ଫିଲ୍ଟର ଥିବାରୁ ଏହା କମ୍ ପ୍ରଦୂଷିତ କଣିକା ଉତ୍ସର୍ଜନ କରିଥାଏ ।
ବିିଶେଷଜ୍ଞ କହିଛନ୍ତି ବୈଦ୍ୟୁତିକ ଯାନର ଓଜନ ଅଧିକ ହୋଇଥିବାରୁ ଏହାର ଟାୟାର ଶୀଘ୍ର ନଷ୍ଟ ହୋଇଯାଏ ଓ ଏହା ବାୟୁମଣ୍ଡଳକୁ କ୍ଷତିକାରକ ରସାୟନ ନିର୍ଗତ କରିଥାଏ । ଏହାର ମୁଖ୍ୟ କାରଣ ଅଧିକାଂଶ ଟାୟାର ସିନ୍ଥେଟିକ୍ ରବରରେ ତିଆରି ଯାହା ଅଶୋଧିତ ତୈଳରୁ ଉଦ୍ଭବ । ଏହା ସହିତ ଅଧ୍ୟୟନରେ ବୈଦୁତିକ ଯାନର ବ୍ୟାଟେରୀ ଓଜନ ଉପରେ ମଧ୍ୟ ଫୋକସ୍ କରାଯାଇଛି । ବୈଦ୍ୟୁତିକ ଯାନରେ ବହୁତ ଭାରି ଓଜନର ବ୍ୟାଟେରୀ ଥାଏ ଯାହା ପାରମ୍ପରିକ ପେଟ୍ରୋଲ ଇଂଜିନ ଠାରୁ ବହୁ ଗୁଣରେ ଭାରି ହୋଇଥାଏ । ଏହି ଅଧିକ ଓଜନ ଗାଡିର ବ୍ରେକ୍ ଓ ଟାୟାର ଉପରେ ଅଧିକ ଚାପ ପକାଇଥାଏ ।

ଏହି ରିପୋର୍ଟରେ ଟେସଲା ମଡେଲ୍ Y  ଓ Ford F-150 ଲାଇଟେନିଂକୁ ଉଦାହରଣ ଭାବରେ ନିଆଯାଇଛି । ଏହି ଗାଡିର ବ୍ୟାଟେରୀର ଓଜନ ୧୮୦୦ ପାଉଣ୍ଡରୁ ଅଧିକ ରହିଛି । ରିପୋର୍ଟରେ କୁହାଯାଇଛି ଏକ ୧,୧୦୦ ପାଉଣ୍ଡ ବ୍ୟାଟେରୀ ବିଶିଷ୍ଟ ବୈଦ୍ୟୁତିକ ଯାନରରୁ ଯେତିକି ସୂକ୍ଷ୍ମ କଣିକା ନିର୍ଗତ ହୋଇଥାଏ ତାହା ପେଟ୍ରୋଲ ଚାଳିତ କାରର ପ୍ରଦୂଷଣ ଠାରୁ ୪୦୦ ଗୁଣ ଅଧିକ । ତେଣୁ ଅଧ୍ୟୟନରେ କୁହାଯାଇଛି ବୈଦ୍ୟୁତିକ ଯାନର ପରିବେଶ ଉପରେ ପ୍ରଭାବକୁ ନେଇ ଆକଳନ କରାଯିବା ସମୟରେ ଏହାର ବ୍ରେକ୍ ଓ ଟାୟାରରୁ ନିର୍ଗତ ସୂକ୍ଷ୍ମ କଣିକା ବିଷୟରେ ଦୃଷ୍ଟି ଦିଆଯିିବା ଉଚିତ ।

Get real time updates directly on you device, subscribe now.