fbpx

ଲାଇନ-ମ୍ୟାନଙ୍କ ଚାଲାଣ କାଟିଥିଲେ ପୋଲିସ: ରାଗରେ ଏମିତି କଲେ Electrician

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଶାମଲୀରେ ପୋଲିସ ଏବଂ ବିଜୁଳି ବିଭାଗର ମଧ୍ୟରେ ଦେଖାଯାଇଛି ଏକ ଅଜବ ଲଢେଇ । ବିଜୁଳି ବିଭାଗର ଜଣେ କର୍ମଚାରୀ କିଛି ଏମିତି କାଣ୍ଡ କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତିଶୋଧ ନିଆଁରେ ଥାନାବାବୁଙ୍କ ସହିତ ପଙ୍ଗା ନେଇଛନ୍ତି ଲାଇନ ମ୍ୟାନ । ଏହି ଘଟଣା ହୁଏତ ଅନେକ ଲୋକଙ୍କର ବିଶ୍ୱାସ ହୋଇନପାରେ, କିନ୍ତୁ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ସୂଚନା ଅନୁସାରେ, ଶାମଲୀ ଟ୍ରାଫିକ ପୋଲିସ ବିଜୁଳି ବିଭାଗର କର୍ମଚାରୀ ମେହତାବଙ୍କ ଉପରେ ୬,୦୦୦ଟଙ୍କାର ଚାଲାଣ କାଟିଥିଲେ । କିନ୍ତୁ ଏହି ଘଟଣାରେ ଭୀଷଣ ରାଗି ଯାଇଥଇଲେ ଲାଇନ-ମ୍ୟାନ । ଯାହାପରେ ସେ ଏକ ଅଭାବନୀୟ କାଣ୍ଡ କରିଛନ୍ତି । ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ସେ ଥାନାର ବିଜୁଳି କାଟି ଦେଇଥିବା ଜାଣିବାକୁ ମିଳିଛି । ତେବେ ଏହାର କାରଣ ମଧ୍ୟ ଆହୁରି ରୋମାଞ୍ଚକର ରହିଛି । ଥାନା ଉପରେ ମୋଟ ୫୬ ହଜାର ଟଙ୍କାର ବିଜୁଳି ବିଲ୍ ବାକି ରହିଥିଲା । ଏହି କାରଣ ଦର୍ଶାଇ ଲାଇନ ମ୍ୟାନ ଥାନାର ବିଜୁଳି ସେବା କାଟି ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଶାମଲୀ ଥାନା ବାହାରେ ଲାଗିଥିବା ବିଜୁଳି ଖୁଣ୍ଟରୁ ଜଣେ କର୍ମଚାରୀ ଥାନାର କନେକ୍ସନ କାଟି ଦେଉଥିବାର ଏହି ଭିଡିଓରେ ଦେଖାଯାଇଛି । ସୋସିଆଲ ମିଡିଆରେ ଏହି ଭିହିଓ ଅପଲୋଡ ହେବା ମାତ୍ରେ ମାମଲା ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ଏହି ଘଟଣାର ଜବରଦସ୍ତ ମଜା ଲୁଟିବାରେ ଲାଗିଛନ୍ତି ।

Get real time updates directly on you device, subscribe now.