ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଅନୁଗୁଳ: ଆଜିକାଲି ଲୋକମାନେ ନିଜର ବଗିଚା ହେଉ କିମ୍ବା ଚାଷ ଜମି ଗୋରୁ ଗାଈ ବା ଜଙ୍ଗଲୀ ପଶୁଙ୍କ ଠାରୁ ବଞ୍ଚେଇବା ପାଇଁ ବିଦ୍ୟୁତ ତାର ବିଛାଇଦେଉଛନ୍ତି। ଯାହା ଫଳରେ ଅନେକ ପଶୁଙ୍କର ଜୀବନ ଯାଉଥିବାର ମଧ୍ୟ ଆମେ ଦେଖିଛେ। ସେହିପରି ଏକ ଘଟଣା ଘଟିଛି ଅନୁଗୁଳର ବନ୍ତଳା ବନଖଣ୍ଡ ତଳସିରା ଗାଁରୁ।

ବଗିଚାକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ ବଗିଚା ମାଲିକ। ଯାହା ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆମ୍ବ ବଗିଚା ନିକଟରେ ହାତୀଟିର ମୃତଦେହ ପଡିଥିବା ବେଳେ ବଗିଚା ମାଲିକଙ୍କୁ ଅଟକ ରଖାଯାଇଛି।