fbpx
BJD SKY
BJD SKY

ଗୁଳିବଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଦେଖନ୍ତୁ Video

BJD

ନରସିଂହପୁର(ଓଡ଼ିଶା ଭାସ୍କର): ହାତୀର କବରସ୍ଥାନ ପାଲଟିଛି ଆଠଗଡ଼ ବନ ବିଭାଗ । ସାରା ରାଜ୍ୟରେ କିଛି ମାସ ହେବ ହାତୀ ହତ୍ୟାର ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ନରସିଂହପୁର ବନ୍ୟାଞ୍ଚଳ ଅଧୀନ ଜୟପୁର୍ ଜଙ୍ଗଲରେ ୮ ରୁ ୧୦ ବର୍ଷର ଏକ ଗୁଳିବଦ୍ଧ ଦନ୍ତାହାତୀର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି । ହାତୀର ମୃତ୍ୟୁ ନେଇ ରେଞ୍ଜର ପ୍ରଫୁଲ ଦେହୁରୀ ସୂଚନା ଦେଇଛନ୍ତି ।

୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡିଥିଲା । ଦନ୍ତା ହାତୀ ଗୁଳି ବିଦ୍ଧ ଅବସ୍ଥାରେ ଜଙ୍ଗଲରେ ପ୍ରାୟ ୧୫ ଦିନ ବୁଲିବା ପରେ ସ୍ଥାନୀୟ ଲୋକଙ୍କ ଦୃଷ୍ଟିକୁ ଆସିଥିଲା । ଏହାକୁ ନେଇ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ଫେସବୁକ୍ ପେଜରେ ଜଙ୍ଗଲ ବିଭାଗକୁ ଅବଗତ କରିଥିଲେ ।

ପରେ ବନବିଭାଗର ପିସିସିଏଫ୍ ଶଶି ପଲଙ୍କ ସହିତ ନନ୍ଦନକାନନର ଡାକ୍ତର ଗୁପ୍ତା ଏବଂ ସାତକୋଶିଆ ୱାଇଲ୍ଡ ଲାଇଫର ଡାକ୍ତର ସାହୁଙ୍କ ସହ ଏକ ୭ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିବା ସହିତ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଦୀର୍ଘ ୮ ଦିନ ମୃତ୍ୟୁ ସହିତ ସଙ୍ଘର୍ଷ କରିବା ପରେ ଶେଷରେ ଆଜି ଆଖି ବୁଝିଦେଲା ନିରୀହ ହାତୀ ।

Get real time updates directly on you device, subscribe now.