fbpx

ସେନାରେ ୪ ବର୍ଷ ପାଇଁ ଚାକିରି, ବାର୍ଷିକ ୬.୯ ଲକ୍ଷ ବେତନ, ବଡ ପ୍ୟାକେଜ୍ ସହ ଦିଆଯିବ ବିଦାୟ, ଅଗ୍ନିପଥ ଯୋଜନାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଛି ବଡ ପରିବର୍ତ୍ତନ। ସେନାରେ ୪ ବର୍ଷ ପାଇଁ ସୈନିକଙ୍କ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଅଗ୍ନିପଥ ନିଯୁକ୍ତି ଯୋଜନା ଆଧାରରେ ସେନାରେ ଚାରି ବର୍ଷ ପାଇଁ ଯୁବ ବର୍ଗଙ୍କୁ ନିଯୁକ୍ତି ଦିଆଯିବ। ଏଥିସହ ଚାକିରି ଛାଡିବା ସମୟରେ ସେବା ନିଧି ପ୍ୟାକେଜ୍ ମଧ୍ୟ ମିଳିବ। ଏହି ଯୋଜନାରେ ସେନାରେ ସାମିଲ୍ ଯୁବକଙ୍କୁ ଅଗ୍ନିବୀର କୁହାଯିବ।

ରାଜନାଥ କହିଛନ୍ତି, ଏଥିରେ ଦେଶର ସୁରକ୍ଷା ମଜବୁତ ହେବ ଏବଂ ଯୁବକଙ୍କୁ ରୋଜଗାରର ସୁଯୋଗ ମିଳିବ। ଦେଶର ପ୍ରତିଟି ଯୁବକ ଜୀବନରେ ସେନାରେ ଭର୍ତ୍ତି ହେବାର ସ୍ଵପ୍ନ ଦେଖିଥାନ୍ତି। ଅଗ୍ନିପଥ ଯୋଜନାରେ ରୋଜଗାର ଅବସର ବଢିବ ଏବଂ ଯୁବକଙ୍କୁ ଅନ୍ୟ କ୍ଷେତ୍ରରେ କାମ କରିବାର ସୁଯୋଗ ମଧ୍ୟ ମିଳିବ।

ଅଗ୍ନିପଥ ଯୋଜନା

ଯୁବକଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତ କରାଯିବ।

ଏହି ସମୟରେ ଅଗ୍ନିବୀରଙ୍କୁ ଆକର୍ଷଣୀୟ ବେତନ ଦିଆଯିବ।

ସେନାର ଚାରି ବର୍ଷ ଚାକିରି ପରେ ଯୁବକଙ୍କ ଭବିଷ୍ୟତ ପାଇଁ ସୁଯୋଗ ଦିଆଯିବ।

ଚାରି ବର୍ଷର ଚାକିରି ପରେ ସେବା ନିଧି ପ୍ୟାକେଜ୍ ମିଳିବ।

ଏହି ଯୋଜନାରେ ନିଯୁକ୍ତ ହେବାକୁ ଥିବା ଅଧିକାଂଶ ଯବାନଙ୍କୁ ଚାରି ବର୍ଷ ପରେ ମୁକ୍ତ କରାଯିବ।

କିଛି ଯବାନ ନିଜ ଚାକିରି ଜାରି ରଖି ପାରିବେ।

୧୭.୫ ବର୍ଷରୁ ୨୧ ବର୍ଷର ଯୁବକଙ୍କୁ ଅଗ୍ନିବୀରରେ ଯୋଗ ଦେବା ପାଇଁ ସୁଯୋଗ ମିଳିବ।

ଟ୍ରେନିଂ ୧୦ ସପ୍ତାହରୁ ୬ ମାସ ପର‌୍ୟ୍ୟନ୍ତ ଚାଲିବ।

ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଛାତ୍ର କରି ପାରିବେ ଆବେଦନ।

୯୦ ଦିନରେ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ।

ଯଦି କୌଣସି ଅଗ୍ନିବୀର ଦେଶ ସେବା ସମୟରେ ସହିଦ ହୁଅନ୍ତି ତେବେ ତାଙ୍କ ପରିଜନଙ୍କୁ ସେବା ନିଧି ସମେତ ଏକ କୋଟିରୁ ଅଧିକ ଟଙ୍କା ସୁଧ ସମେତ ମିଳିବ। ଏହା ବ୍ୟତୀତ ବାକି ବଞ୍ଚିତିବା ଚାକିରି ସମୟର ମଧ୍ୟ ବେତନ ଦିଆଯିବ।

ଯଦି କୌଣସି ଅଗ୍ନିବୀର ସେବା ସମୟରେ ଅର୍କମଣ୍ୟ ହୋଇଯାଆନ୍ତି ତେବେ ୪୪ ଲକ୍ଷ ଟଙ୍କା ଯାଏଁ ଅର୍ଥ ରାଶି ମିଳିବ। ଏହା ବ୍ୟତୀତ ବାକି ବଞ୍ଚିଥିବା ଚାକିରିର ବେତନ ମଧ୍ୟ ମିଳିବ।

ପୂରା ଦେଶରେ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବ। ଯେଉଁ ବ୍ୟକ୍ତି ନିଯୁକ୍ତି ପରୀକ୍ଷାରେ କୃତକାର‌୍ୟ୍ୟ ହୁଅନ୍ତି, ସେମାନଙ୍କୁ ଚାରି ବର୍ଷ ପାଇଁ ଚାକିରି

ମିଳିବ।

କେତେ ମିଳିବ ଦରମା

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଅଗ୍ନିପଥ ଯୋଜନା ଆଧାରରେ ଯୁବକଙ୍କୁ ପ୍ରଥମ ବର୍ଷ ୪.୭୬ ଲକ୍ଷ ବାର୍ଷିକ ପ୍ୟାକେଜ୍ ମିଳିବ। ଚତୁର୍ଥ ବର୍ଷ ବେଳକୁ ଏହା ବଢି ବାର୍ଷିକ ୬.୯୨ ଲକ୍ଷରେ ପହଞ୍ଚିବ। ଚାରି ବର୍ଷର ଚାକିରି ପରେ ଯୁବକଙ୍କୁ ୧୧.୭ ଲକ୍ଷ ଟଙ୍କାର ସେବା ନିଧି ପ୍ୟାକେଜ୍ ମିଳିବ। ଏହା ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ।

କାହିଁକି ନିଆଗଲା ଏମିତି ନିଷ୍ପତ୍ତି

ଦେଶ ସେବା ଭାବନା ରଖୁଥିବା ଯୁବକଙ୍କୁ ଏଥିରେ ସୁଯୋଗ ମିଳିବ।

ସେନାରେ ସର୍ଟ ଏବଂ ଲଙ୍ଗ ଟର୍ମ ଚାକିରିର ସୁଯୋଗ ମିଳିବ।

ତିନି ସେନାରେ ଯୁବକଙ୍କ ଭାଗିଦାରୀ ବଢିବ।

ଏହି ଯୋଜନା ଆଧାରରେ ଚାରି ବର୍ଷର ଚାକିରି ପରେ ଅଧିକାଂଶ ଯବାନଙ୍କୁ ସେବାରୁ ମୁକ୍ତ କରାଯିବ। ଯେଉଁମାନଙ୍କୁ ଏହି ସେବାରୁ ମୁକ୍ତ କରାଯିବ, ସେମାନଙ୍କୁ ଅନ୍ୟ ଜାଗାରେ ଚାକିରି ଦେବା ପାଇଁ ସେନା ସକ୍ରିୟ ଭୂମିକା ନିର୍ବାହ କରିବ। ସେନାରେ ଯଦି କେହି ଚାରି ବର୍ଷ ଚାକିରି କରି ଦିଅନ୍ତି ତେବେ ତାଙ୍କର ପ୍ରୋଫାଇଲ ମଜବୁତ ହେବ ଏବଂ ପ୍ରତିଟି କମ୍ପାନୀ ଏମିତି ଯୁବକଙ୍କୁ ନିଯୁକ୍ତି ଦେବାରେ ରୁଚି ଦେଖାଇବେ।

ଏହା ବାଦ୍ ସେନାରେ ୨୫ ପ୍ରତିଶତ ଯବାନଙ୍କୁ ସେନାରେ ରଖାଯିବ ଯିଏ ନିପୁଣ ଏବଂ ସକ୍ଷମ ଥିବେ। ଏହି ଯୋଜନାରେ ସେନାର କୋଟି କୋଟି ଟଙ୍କା ସଞ୍ଚୟ ହେବ। ଗୋଟିଏ ପଟେ କମ ଲୋକଙ୍କୁ ପେନସନ ଦେବାକୁ ପଡିବ ଏବଂ ଅନ୍ୟପଟେ ଦରମାରେ ମଧ୍ୟ ସଞ୍ଚୟ ହେବ।

Get real time updates directly on you device, subscribe now.