fbpx

ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ଘଟଣାସ୍ଥଳରେ ବନ ବିଭାଗ

Advertisement

ଓଡିଶା ଭାସ୍କର; ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ । ଟ୍ରେନଲାଇନ ପାର ହେଲା ବେଳେ ଟ୍ରେନ ଧକ୍କାରେ ଏହି ହାତୀର ମୃତ୍ୟୁ ହୋଇଥିବା ସୂଚନା । ଯୋଡ଼ା – ଚମ୍ପୁଆ ରେଞ୍ଜ ବାମେବାରି ବିଟ୍ ଅନ୍ତର୍ଗତ ପଳାସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଉକ୍ତ ଟ୍ରେନଲାଇନ ପାର୍ଶ୍ଵରେ ଏବେ ବି ଦନ୍ତା ହାତୀର ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ହାତୀର ମୃତ ଦେହକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଲାଗିରହିଛି ।

ସୂଚନା ଅନୁଯାୟୀ, ହାତୀପଲ ଟ୍ରେନ ଲାଇନ ପାର ହେଉଥିବା ବେଳେ ଦନ୍ତାକୁ ଏକ ମାଲ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି । ବାରମ୍ଵାର ଏଭଳି ଟ୍ରେନ ଦୁର୍ଘଟଣାରେ ନିରୀହ ଜନ୍ତୁଙ୍କ ଜୀବନ ଚାଲି ଯାଉଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

Get real time updates directly on you device, subscribe now.