fbpx

(Video) ଶୁଣ୍ଢରେ ହାତୀ ଆଙ୍କୁଛି ଚିତ୍ର; ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚିତ୍ରକାର ଚିତ୍ର ଆଙ୍କୁଥିବାର ଆପଣ ଦେଖିଥିବେ । ଚିତ୍ର ଆଙ୍କିବା ଏତେ ସହଜ କାମ ବି ନୁହେଁ । କିନ୍ତୁ ହାତୀ ଚିତ୍ର ଆଙ୍କିବାର ଆପଣ କେବେ ଦେଖିଛନ୍ତି କି! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯାହା ସମସ୍ତଙ୍କୁ ଖୁବ ଚକିତ କରୁଛି । ଭିଡିଓରେ ଏକ ହାତୀ ନିଜର ଚିତ୍ର ଆଙ୍କୁଛି ।

ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ହାତୀ ନିଜ ଶୁଣ୍ଢରେ ଅତି ସୁନ୍ଦର ଭାବେ ନିଜର ଅବିକଳ ଏବଂ ଅତି ଚମକ୍ରାର ଚିତ୍ର ଆଙ୍କୁଛି । ବିନା କାହାରି ସହାଯ୍ୟରେ ଏହାକୁ ସେ କିଭଳି ଅତି ନିଖୁଣ ଭାବେ ଆଙ୍କୁଛି । ଆଉ ଏହାର ଦୃଶ୍ୟ ଦେଖିଲେ ଆପଣ ପ୍ରକୃତରେ ଖୁସିରେ ଆପଣଙ୍କ ହୃଦୟ ଭରିଯିବ । ନିଜର ଶୁଣ୍ଢ ସାହାଯ୍ୟରେ ଅତି ସୁନ୍ଦର ଭାବେ ଚିତ୍ର ଆଙ୍କୁଛି ହାତୀ । ଚିତ୍ର ଦେଖି ଲାଗୁଛି ସତେ ଯେମିତିି ହାତୀଟି ଚିତ୍ର ଅଙ୍କିବାର ତାଲିମ ନେଇଛିି । ହାତୀର ଏଭଳି ଚିତ୍ର ଆଙ୍କିବା ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ । ହାତୀର ଏଭଳି ସୁନ୍ଦର ଚିତ୍ର କଳା ଆଗରେ ଚିତ୍ରକାର ବି ହାର ମାନିଯିବ । ଆଉ ଏଥିପାଇଁ ବୋଧେ ହାତୀକୁ ବୁଦ୍ଧିମାନ ପ୍ରାଣୀ ବୋଲି କୁହାଯାଏ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.