fbpx

ଏଲନ ମସ୍କଙ୍କ ବଡ଼ ଘୋଷଣା: ଆସନ୍ତା ସପ୍ତାହରେ Twitterରେ ଆସିବ ଏକ ନୂଆ ଫିଚର

ନୂଆଦିଲ୍ଲୀ: ମାଓକ୍ରୋ ବ୍ଲଗିଂ ସେବା ପ୍ରଦାନକାରୀ ସଂସ୍ଥା ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ଅନେକ କିଛି ପରିବର୍ତ୍ତନ କରିଛନ୍ତି । ତେବେ ଟ୍ୱିଟରର ସିଇଓ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଖୁବଶୀଘ୍ର ଏକ ନୂଆ ଫିଚର ଦେଖିବାକୁ ମିଳିବ । ଏନେଇ କମ୍ପାନୀ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ଖବର ଶୁଣିବା ପରେ ଟ୍ୱିଟର ୟୁଜର୍ସ ଉତ୍ସୁକତା ବଢ଼ିଯାଇଛି ।

ତେବେ ଟ୍ୱିଟରର ନୂଆ ଫିଚର ଆସିବା ନେଇ କେତେ ସମୟ ଲାଗିବ ସେନେଇ ମସ୍କ ସୂଚନା ଦେଇଛନ୍ତି । ବୁକମାର୍କ ବଟନ ଟ୍ୱିଟ ଡିଟେଲ୍ସ ପେଜ ଉପରେ ଆସିବ । ଇମେଜ ଲେନ୍ଥ କ୍ରପ ଓ ଅନ୍ୟ ମାମୁଲି ବଗ ଫିକ୍ସ ଆସନ୍ତା ସପ୍ତାହରେ ଆସିବ । ସମସ୍ତ ପରିବର୍ତ୍ତନ ଆସନ୍ତା ସପ୍ତାହରୁ ୟୁଜର୍ସଙ୍କ ପାଇଁ ଅପଡେଟ୍ ହୋଇଯିବ । ବୁକମାର୍କକୁ ସର୍ଚ୍ଚ କରିବା ଯୋଗ୍ୟ ବନାଯିବ । ଏହାଫଳରେ ତାହାକୁ ସହଜରେ ଖୋଜିହେବ ବୋଲି ମସ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ତେବେ ଏନେଇ ଜଣେ ୟୁଜର ମସ୍କଙ୍କୁ ଟ୍ୱିଟ କରିଥିଲେ ଯେ, ଇମେଜ ଅପଲୋଡ କରିବା ସମୟରେ କ୍ରପିଂକୁ ଡେସିବଲ କରିବାର ଅନୁମତି ଦେଉଥିବା ଅପସନ ଆଣିବା ଦରକାର । ମାତ୍ର ଏହା ତାଙ୍କୁ ପସନ୍ଦ ନୁହେଁ ବୋଲି ମସ୍କ ରିପ୍ଲାଏ ଦେଇଥିଲେ । ଏହାଛଡ଼ା ମସ୍କ କହିଥିଲେ, ଟ୍ୱିଟରର ରେକମେଣ୍ଡେଣ୍ଡ ସେକ୍ସନରେ ଚଳିତ ବର୍ଷ ଶେଷରେ ୟୁଜର୍ସଙ୍କୁ ଶାନଦାର ପରିବର୍ତ୍ତନ ଦେଖିବାକୁ ମିଳିବ । ଚଳିତ ସପ୍ତାହରେ ନୂଆ ୟୁଜର ଇଣ୍ଟରଫେସ ଆସିବ ବୋଲି ମସ୍କ ଜଣେ ୟୁଜରଙ୍କୁ ଆଶ୍ୱାସନା ଦେଇଥିଲେ ।

Get real time updates directly on you device, subscribe now.