fbpx

ଏଲନ ମସ୍କଙ୍କର ଲଞ୍ଚ ହେଲା Starlink Mini, ଏଣିକି ପାହାଡରେ ବି ଚଳାଇପାରିବେ ସୁପରଫାଷ୍ଟ ଇଣ୍ଟରନେଟ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଷ୍ଟାରଲିଙ୍କ ମିନିକୁ ଲଞ୍ଚ କରିଛି । ଷ୍ଟାରଲିଙ୍କ ମିନି ଏକ ସାଟେଲାଇଟ ଇଣ୍ଟରନେଟ ଆଣ୍ଟିନା, ଯାହାକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଷ୍ଟାରଲିଙ୍କ ମିନ ଆକାରରେ ଆପଣ ବ୍ୟାଗ ଭଳି ହେବ ସେତିକି, ଅର୍ଥାତ ଆପଣ ଏହାକୁ କୁଆଡେ ବି ଯାଇପାରିବେ ଏବଂ ସୁପରଫାଷ୍ଟ ଇଣ୍ଟରନେଟ ବ୍ୟବହାର କରିପାରିବେ ।

ଷ୍ଟାରଲିଙ୍କ ମିନି ଆସିବା ପରେ ଆପଣଙ୍କୁ କୌଣସି ମୋବାଇଲ ନେଟୱାର୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ସାହାଯ୍ୟରେ ଆପଣ ଡିଭାଇସକୁ ତୁରନ୍ତ ହାଇସ୍ପିଡ ଇଣ୍ଟରନେଟ ସହ କନେକ୍ଟ କରିପାରିବେ । କମ୍ପାନୀ ଏହି ନୂଆ ଲଞ୍ଚିଙ୍ଗକୁ ନେଇ ସ୍ପେସଏକ୍ସର ଷ୍ଟାରଲିଙ୍କ ଇଞ୍ଜିନିୟରିଂର ବିପି ମାଇକଲ ନିକୋଲ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୱାଇଫାଇ ଇଣ୍ଟିଗ୍ରେଟେଡ ସହ ଖୁବଶିଘ୍ର ଷ୍ଟାରଲିଙ୍କ ମିନିର ପ୍ରଡକ୍ସନ ଆରମ୍ଭ ହୋଇଯିବ ।

ଷ୍ଟାରଲିଙ୍କ ମିନି କିଟର ମୂଲ୍ୟ ୫୯୯ ଡଲାର (୫୦ହଜାର) ଅଟେ । ଷ୍ଟାରଲିଙ୍କ ମିନି କିଟକୁ ପୂର୍ବରୁ ୟୁଜର୍ସ କିଣିସାରିଛନ୍ତି । ହେଲେ ସେମାନଙ୍କ ପାଇଁ କିଛି ପ୍ଲାନ ଆସିନାହିଁ । ଏହି ପୋର୍ଟେବଲ ସାଟେଲାଇଟ ଇଣ୍ଟରନେଟ, ଷ୍ଟାଣ୍ଡାର୍ଡ ଆଣ୍ଟିନା ଡିଶ ଇଣ୍ଟରନେଟର ତୁଳନାରେ ୧୦୦ ଡଲାର ଅଧିକ । ଷ୍ଟାରଲିଙ୍କ ମିନିର ଓଜନ କଥା କହିବାକୁ ଗଲେ, ଏହା ୧.୧୩ କିଲୋଗ୍ରାମ ଅଟେ । ଏଥିସହ ଏହାର ସ୍ପିଡ ୧୦୦ ଏମବିପିଏସ ଅଟେ, ଯାହା ୨୩ ଏମଏସର ଲେଣ୍ଟେସେ ସହ ଆସିଥାଏ ।

Get real time updates directly on you device, subscribe now.