3 ମାସରେ 116 ଅରବ ଡଲାର ହରାଇଲେ ମସ୍କ, ବର୍ତ୍ତମାନ ଆଉ ମାତ୍ର ଏତିକି ସମ୍ପତ୍ତି ରହିଛି
କମି କମି ଯାଇଛି ଏଲନ ମସ୍କଙ୍କ ସମ୍ପତ୍ତି ।
ନୂଆଦିଲ୍ଲୀ: ଏହି ବର୍ଷ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଅନେକ ଝଟକା ଖାଇଛନ୍ତି । ବର୍ଷ ଆରମ୍ଭରେ ମାତ୍ର ତିନି ମାସରେ ମସ୍କ ପ୍ରାୟ ୧୧୬ ବିଲିୟନ ଡଲାର ସମ୍ପତ୍ତି ହରାଇଛନ୍ତି । ତାଙ୍କ କମ୍ପାନୀ ଟେସଲାର ସେୟାରରେ କ୍ରମାଗତ ହ୍ରାସ ଯୋଗୁଁ ଏହା ଘଟିଛି ।
ଗତ ବର୍ଷ ଆକଳନ କରାଯାଉଥିଲା ଯେ 2025 ମସିହାରେ ତାଙ୍କର ସମ୍ପତ୍ତି ପ୍ରାୟ 400 ବିଲିୟନ ଡଲାର ଅତିକ୍ରମ କରିବ । କିନ୍ତୁ ବିପରୀତରେ, ଯେଉଁମାନେ ସର୍ବାଧିକ ସମ୍ପତ୍ତି ହରାଇଛନ୍ତି ସେମାନେ କୋଟିପତି ରହିଛନ୍ତି ।
ବ୍ଲୁମବର୍ଗ ବିଲିୟନୟାର ଇଣ୍ଡେକ୍ସ ଅନୁଯାୟୀ, ମସ୍କଙ୍କର ଏବେ କେବଳ 316 ଆରବ ଡଲାର ସମ୍ପତ୍ତି ରହିଛି । ତଥାପି, ଏତେ ବଡ଼ ହ୍ରାସ ସତ୍ତ୍ୱେ ସେ ଏବେ ବି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ।
ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ଦୁଇ ବର୍ଷ ପରେ ଅର୍ଥାତ୍ 2027 ମସିହାରେ, ମସ୍କ ବିଶ୍ୱର ପ୍ରଥମ ଟ୍ରିଲିୟନିୟର ହୋଇପାରିବେ। କିନ୍ତୁ ତାଙ୍କ କମ୍ପାନୀର ସେୟାର ଯେଉଁ ଗତିରେ ହ୍ରାସ ପାଉଛି, ତାହାକୁ ଦୃଷ୍ଟିରେ ରଖି ଏହା ସମ୍ଭବ ମନେ ହେଉନାହିଁ ।
୧୧୬ ବିଲିୟନ ଡଲାରର କ୍ଷତି- ଏଲନ ମସ୍କଙ୍କ ମୋଟ ସମ୍ପତ୍ତିରୁ ୧୧୬ ବିଲିୟନ ଡଲାର ହରାଇବା ପରେ, ଏବେ ତାଙ୍କ ସମ୍ପତ୍ତିରେ ୩୧୬ ବିଲିୟନ ଡଲାର ବାକି ରହିଛି । ଏହା ସହିତ, ଜେଫ୍ ବେଜୋସ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୧୨ ବିଲିୟନ ଡ଼ଲାର ରହିଛି । ଯିଏ ତିନି ମାସରେ ୨୭.୦୧ ବିଲିୟନ ଟଙ୍କା ହରାଇଛନ୍ତି ।
ଏଲନ ମସ୍କଙ୍କ ସମ୍ପତ୍ତି ଏପରି ସମୟରେ କ୍ଷତିଗ୍ରସ୍ତ ହୋଇଛି ଯେତେବେଳେ ସେ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବନ୍ଧୁ ଏବଂ ପରାମର୍ଶଦାତା ରହିଛନ୍ତି ।
ଧନୀ ବ୍ୟକ୍ତିଙ୍କ ତାଲିକାରେ ମାର୍କ ଜୁକରବର୍ଗ ତୃତୀୟ ସ୍ଥାନରେ ଅଛନ୍ତି । ଗତ ତିନି ମାସରେ ତାଙ୍କର ସମ୍ପତ୍ତି 3.35 ବିଲିୟନ ଡଲାର ହ୍ରାସ ପାଇଛି । ବର୍ତ୍ତମାନ ତାଙ୍କର ସମ୍ପତ୍ତି ଏବେ 204 ବିଲିୟନ ଡଲାର ରହିଛି ।