fbpx

Elon Muskଙ୍କ ରୋବୋଟ କରୁଛି ଘରୋଇ କାର୍ଯ୍ୟ, ଦେଖନ୍ତୁ ଭିଡ଼ିଓ…

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ Humanoid Robot Optimusର ଏକ ନୂତନ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ରୋବୋଟ ଘରୋଇ କାର୍ଯ୍ୟ କରୁଥିବାର ନଜର ଆସିଛି । ଏନେଇ ଏଲନ୍ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ରୋବୋଟ ସାର୍ଟ ଫୋଲ୍ଡ କରୁଥିବାର ଦେଖାଦେଇଛି । ତେବେ କମେଣ୍ଟ ସେକସନରେ ମସ୍କ ଲେଖିଛନ୍ତି ଯେ Optimus ଏହି କାର୍ଯ୍ୟ ନିଜେ ନିଜେ କରିପାରିବ ନାହିଁ । କିନ୍ତୁ ଭବିଷ୍ୟତରେ ଏପରି କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ବି Optimus ର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ସୂର୍ଯ୍ୟ ନମସ୍କାର ଏବଂ ଲୋକଙ୍କୁ ନମସ୍କାର କରିଥିଲା ।

 

Get real time updates directly on you device, subscribe now.