fbpx

କ’ଣ ହୋଇଥାଏ ରେଭ୍ ପାର୍ଟି, ଜାଣନ୍ତୁ ଏହି ପାର୍ଟି ଅନ୍ୟ ସାଧାରଣ ପାର୍ଟିଠାରୁ କିପରି ଅଲଗା

Advertisement

ନୂଆଦିଲ୍ଲୀ: ବିଗବସ୍ ବିଜେତା ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ରେଭ୍ ପାର୍ଟିରେ ସ୍ନେକ୍ ବାଇଟ୍ ପ୍ରୋଭାଇଡ୍ କରିବା ନେଇ ନୋଏଡା ସେକ୍ଟର ୪୯ରେ ଏଫଆଇଆର ରୁଜୁ ହୋଇଛି । ଏବେ ଏହାକୁ ନେଇ ବହୁ ଲୋକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଏହି ରେଭ୍ ପାର୍ଟି କ’ଣ । ଏହା କ’ଣ ଅନ୍ୟ ସାଧାରଣ ପାର୍ଟି ପରି ହୋଇଥାଏ କିମ୍ବା ଅନ୍ୟ କିଛି । ଏହାଠାରୁ ଆହୁଚରି ଏକ ବଡ ପ୍ରଶ୍ନ ହେଉଛି ଏହି ପାର୍ଟିକୁ ଭାରତରେ କ’ଣ ଆଇନତଃ ଅନୁମତି ମିଳିଛି ?

ଏହି ପାର୍ଟି ସାରା ବିଶ୍ୱରେ ବେଶ୍ ଲୋକପ୍ରିୟ । ଏହି ପାର୍ଟିରେ ସମାଜର ସମ୍ଭ୍ରାନ୍ତ ଲୋକମାନେ ହିଁ ଭାଗ ନେଇଥାନ୍ତି । ଏହି ପାର୍ଟିରେ ଭାଗ ନେବାରେ ଏତେ ପଇସା ଖର୍ଚ୍ଚ କରିବାକୁ ପଡିଥାଏ କି ଜଣେ ସାଧାରଣ ଲୋକ ଏ ବିଷୟରେ ଚିନ୍ତା ବି କରିପାରିବ ନାହିଁ । ଏହା ବ୍ୟତିତ ଏହି ପାର୍ଟି ଅନ୍ୟ ସାଧାରଣ ପାର୍ଟି ତୁଳନାରେ ବହୁତ ଅଲଗା । ଏହି ପାର୍ଟିରେ ଭାଗ ନେଉଥିବା ଯୁବଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଗ୍ରହଣ କରିଥାନ୍ତି ଯାହା ବହୁ ଦେଶରେ ନିଷିଦ୍ଧ କରାଯାଇଛି । ଏହି କାରଣରୁ ଆମ ଦେଶରେ ରେଭ୍ ପାର୍ଟି ଉପରେ ନିଷିଧାଦେଶ ଜାରି କରାଯାଇଛି । କିନ୍ତୁ ଏହା ସତ୍ତେ୍ୱ ବି ଆମ ଦେଶରେ କିଛି ଲୋକ ଏପରି ପାର୍ଟିର ଆୟୋଜନ କରୁଛନ୍ତି ।

ଏହି ପାର୍ଟିରେ ଲୋକମାନେ କେବଳ ନାଚ, ଗୀତ ଓ ଫୁଡ୍ ଏନଜୟ କରି ନ ଥାନ୍ତି ବରଂ ଲୋକମାନେ ଏହି ପାର୍ଟିରେ ଜୋରଦାର ନିଶାପାନ କରିଥାନ୍ତି । ଏହି ନିଶା ଡ୍ରଗ୍ସ ଠାରୁ ଆରମ୍ଭ କରି ଚରସ, ଅଫିମ ଓ ସ୍ନେକ ବାଇଟ୍ ପର୍ଯ୍ୟନ୍ତ ହୋଇଥାଏ । ଏହି ପାର୍ଟିରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ କି ଲୋକମାନେ ଦୀର୍ଘ ସମୟ ଧରି ନିଶାରେ ଝୁମିଥାନ୍ତି ।

ଭାରତରେ ଏହି ପ୍ରକାର ରେଭ ପାର୍ଟି ବ୍ୟାନ୍ କରାଯାଇଛି ଯେଉଁଠାରେ ଅବୈଧ ଉପାୟରେ ନିଶାପାନ କରାଯାଉଛି । ଯଦି କେହି ବ୍ୟକ୍ତି ଏହିପ୍ରକାର ପାର୍ଟିକୁ ଯାଉଛି କିମ୍ବା ଅର୍ଗାନାଇଜ୍ କରୁଛି ତେବେ ସେ ଧରାପଡିଲେ ତାକୁ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ରହିଛି । ଏହି କାରଣରୁ ଦେଶର ଅଲଗା ଅଲଗା ସ୍ଥାନରେ ଏପରି ପାର୍ଟି ଉପରେ ନାର୍କୋଟିକ୍ସ ବିଭାଗ ଚଢାଉ ଜାରି ରଖିଥାଏ ।

Get real time updates directly on you device, subscribe now.