fbpx

Big Breaking ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ: ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ମୁମ୍ବାଇ: ବଲିଉଡ ସିନେମାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ଚିକିତ୍ସିତ ଅବସ୍ଥାରେ ରହିଥିଲେ ପଙ୍କଜ । ୭୨ ବର୍ଷ ବୟସରେ ଆଜି ପ୍ରାଣତ୍ୟାଗ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ । ପଙ୍କଜଙ୍କ ମୃତ୍ୟୁ ନେଇ ଝିଅ ନାୟାବ ଉଦାସ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅସୁସ୍ଥତା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ । ‘ନାମ’ ଚଳଚ୍ଚିତ୍ରର ‘ଚିଠି ଆଇ ହେ’ ଗୀତ ଗାଇ ସେ ସିନେପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥିଲେ । ୨୦୦୬ ମସିହାରେ ପଙ୍କଜ ଉଧାସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରସିଦ୍ଧ ପଜଲ୍ ଗାୟକ ପଙ୍କଜଙ୍କ ଦେହାନ୍ତରେ ବର୍ତ୍ତମାନ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏ ନେଇ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନୁ ଲେଖିଛନ୍ତି ଯେ, ମୋ ପିଲାବେଳର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଂଶଙ୍କୁ ଆଜି ମୁଁ ହରାଇ ଦେଇଛି । ଶ୍ରୀ ପଙ୍କଜ ଉଧାସ, ମୁଁ ଆପଣଙ୍କୁ ସର୍ବଦା ମନେ ରଖିବି ।’ ଏଭଳି କିଛି ସୋସିଆଲ ମିଡିଆ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି ଗାୟକ ସୋନୁ ନିଗମ୍ ।

୧୯୫୧ ମସିହା ମେ’ ୧୭ ତାରିଖରେ ପଙ୍କଜ ଉଧାସ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେ ଗଜଲରୁ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ‘ଆହତ୍’ ନାମକ ଏକ ଗଜଲ୍ ଆଲବମ୍ ଜରିଆରେ ସଂଗୀତ ଜଗତରେ ପାଦ ଥାପିଥିଲେ ପଙ୍କଜ । ଖୁବ କମ୍ ସମୟରେ ସାରା ଦେଶରେ ପଜଲ ସଂଗୀତ ପର୍ଯ୍ୟାୟ ପାଲଟି ଯାଇଥିଲେ । ବଲିଉଡ ସିନେମାରେ ଗଜଲ ଗାୟକ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ନାମ୍ ଚଳଚ୍ଚିତ୍ରର ‘ଚିଠି ଆଇ ହେ’ ଗାଇ ଲୋକପ୍ରିୟତା ହାସଲ କରିବାରେ ସେ ସଫଳତା ପାଇଛନ୍ତି । ତେବେ ଆଜି ତାଙ୍କ ଦେହାନ୍ତରେ ସାରା ସିନେ ଜଗତରେ ଶୋର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.