fbpx

ଦଶମ ଶ୍ରେଣୀ ପରକ୍ଷାର କୌଣସି ପ୍ରଶ୍ନ ପତ୍ର ଭାଇରାଲ ହୋଇ ନାହିଁ: ବୋର୍ଡ କତୃପକ୍ଷ

ଓଡ଼ିଶା ଭାସ୍କର: ଦଶମ ଶ୍ରେଣୀର ପରକ୍ଷାର୍ଥୀ ମାନଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୂର୍ବରୁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଗଣିତ ପ୍ରଶ୍ନପତ୍ର ମଧ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ପ୍ରସଙ୍ଗରେ ନିଜର ଉତ୍ତର ରଖିଛନ୍ତି ବୋର୍ଡ କତୃପକ୍ଷ । ତେବେ କୌଣସି ପ୍ରଶ୍ନ ପତ୍ର ଭାଇରାଲ ହୋଇନଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିଛନ୍ତି । ବିଦ୍ୟାର୍ଥୀ ଏଭଳି କୌଣସି କଥା ବା ଭାଇରାଲକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ମଧ୍ୟ ସେ ଅପିଲ କରିଛନ୍ତି ।

ସେହିପରି ଆଜିର ପରୀକ୍ଷା ରାଜ୍ୟର ପ୍ରତ୍ୟେକ କେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଶେଷ ହୋଇଛି । ଭାଇରାଲ ଗୁଜବକୁ ନେଇ ବିଦ୍ୟାର୍ଥୀଙ୍କ ପରୀକ୍ଷା ପ୍ରଭାବିତ ହେବନାନାହିଁ । ବିଦ୍ୟାର୍ଥୀ ସୋସିଆଲ ମିଡ଼ିଆଠୁ ବର୍ତ୍ତମାନ ଦୂରେଇ ରୁହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ସୋସିଆଲ ମିଡିଆରେ ଏପରି କାମ ନକରିବାକୁ ବୋର୍ଡ ସଭାପତି ଅନୁରୋଧ କରିଛନ୍ତି। ଅନ୍ୟପଟେ ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସାଇବର ଥାନାରେ ଅଭିଯୋଗ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

 

Get real time updates directly on you device, subscribe now.