fbpx

ବାଳିକା ବିଦ୍ୟାଳୟରେ ଅଶ୍ଲୀଳ ଭିଡିଓ ଦେଖୁଥିଲା କର୍ମଚାରୀ: ଏପରି ଆକ୍ସନ ନେଲା ପ୍ରଶାସନ

ଇନ୍ଦୋର: କାମରେ ଅବହେଳା ଓ ଅଶ୍ଳୀଳ ଭିଡିଓ ଦେଖିବା ଅଭିଯୋଗରେ ଇନ୍ଦୋରର ଏକ ବାଳିକା ବିଦ୍ୟାଳୟର ୪୦ ବର୍ଷୀୟ ସହାୟକଙ୍କୁ ନିଲମ୍ବିତ କରାଯାଇଛି । ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଦିନ ଏହି ସୂଚନା ଦେଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ମଙ୍ଗଲେଶ ବ୍ୟାସ କହିଛନ୍ତି ଯେ, ସରକାରୀ ଶାରଦା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀଙ୍କ ବିରୋଧରେ କାମ ଚୋରି କରିବା ଏବଂ ଏହି ଶିକ୍ଷାନୁଷ୍ଠାନ ପରିସରରେ ଅଶ୍ଳୀଳ ଭିଡିଓ ଦେଖିବାର ଅଭିଯୋଗ ଆସିଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ମଙ୍ଗଲେଶ ପୁଣି କହିଛନ୍ତି ଯେ, ‘ମୁଁ ବ୍ୟକ୍ତିଗତ ଭାବେ ସୋମବାର ସ୍କୁଲକୁ ଯାଇ ଯାଞ୍ଚ କରିଥିଲି । ସେଠାରେ ଯାଞ୍ଚ କରିବାରୁ ଏହି ଅଭିଯୋଗଗୁଡିକ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଏହା ପରେ ମଧ୍ୟପ୍ରଦେଶର ସିଭିଲ ସର୍ଭିସେସ୍ ଆଚରଣ ନିୟମ ଅନୁଯାୟୀ ମୁଁ ସେହି ଆସିଷ୍ଟାଣ୍ଟଙ୍କୁ ନିଲମ୍ବିତ କରିଛି ।’

ଅଭିଯୋଗ ଅନୁସାରେ ଆସିଷ୍ଟାଣ୍ଟ ଜଣକ ସ୍କୁଲକୁ ବିଳମ୍ବରେ ଆସୁଥିଲେ ଓ ସମୟ ସରିବା ପୂର୍ବରୁ ଘରକୁ ପଳାଉଥିଲେ । ଲଗାତାର ସେ ସହକାରୀ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶକୁ ଅବହେଳା କରୁଥିଲେ ଓ ସ୍କୁଲ ସମୟରେ ନିଜ ମୋବାଇଲ ଦେଖୁଥିଲେ ।

Get real time updates directly on you device, subscribe now.