ନୂଆଦିଲ୍ଲୀ: ଅଫିସରେ କାର୍ଯ୍ୟଚାପରୁ ଟିକିଏ ବିରତୀ ପାଇଁ କର୍ମଚାରୀମାନଙ୍କୁ ମିଳିଥାଏ ସାପ୍ତାହିକ ଛୁଟି । ଏହି ଛୁଟିଦିନକୁ ପରିବାର ଏବଂ ସାଙ୍ଗସାଥୀଙ୍କ ବିତାଇ କୁବ ଉପଭୋଗ କରିଥାନ୍ତି କାର୍ଯ୍ୟରତ କର୍ମଚାରୀ । ତେବେ ଛୁଟି ନେବାର ମଧ୍ୟ କିଛିଯା ସୀମା ରହିଥାଏ ପ୍ରତ୍ୟେକ କାର୍ଯ୍ୟାଳୟରେ । କିନ୍ତୁ ଆପଣ ବଶ୍ୱାସ କରି ପାରିବେ କି ଏମିତି ଏକ କାର୍ଯ୍ୟାଳୟ ରହିଛି, ଯେଉଁଠି କର୍ମଚାରୀମାନଙ୍କୁ ଅତିରିକ୍ତ ଛୁଟି ପ୍ରଦାନ କରାଯାଇଥାଏ । ଅବଶ୍ୟ ଏହି ଛୁଟି ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଇ ନଥାଏ । ଅଫିସରେ ଗୋଟିଏ ନିୟମ ଭିତରେ ରହିଥିବା କର୍ମଚାରୀମାନଙ୍କୁ ଏହି ଛୁଟି ଦେଇଥାଏ ମ୍ୟାନେଜମେଣ୍ଟ । ଆସନ୍ତୁ ଜାଣିବା କ’ଣ ଏହି ନିୟମ ।
ଏହି ନିୟମ ହେଉଛି ସିଗାରେଟ । ଯେଉଁ କର୍ମଚାରୀମାନେ ସିଗାରେଟରୁ ଦୂରେଇ ରୁହନ୍ତି, ସେମାନଙ୍କୁ ଅଫିସ ତରଫରୁ ବାର୍ଷିକ ଅତିରିକ୍ତ ଛୁଟି ପ୍ରଦାନ କରାଯାଇଥାଏ । ଧୂମ୍ରପାନର ଅଭ୍ୟସ୍ତ କର୍ମଚାରୀମାନେ ପ୍ରାୟତଃ ସିଗାରେଟ ଟାଣିବା ପାଇଁ ଅନ୍ୟମାନଙ୍କ ତୁଳନାରେ କିଛି ସମୟ ଅଧିକ ବ୍ୟୟ କରିଥାନ୍ତି । ତେଣୁ ଜାପାନର ଏକ କମ୍ପାନୀ ଏଭଳି ଏକ ନିଷ୍ପତ୍ତି ନେଇଛି । ଧୂମ୍ରପାନ ପାଇଁ ନିଆ ଯାଉଥିବା ବିରତୀ ସମୟ ପାଇଁ ଉତ୍ପାଦନରେ ହେଉଥିବା କ୍ଷତିକୁ ନେଇ ଜଣେ କର୍ମଚାରୀଙ୍କ ଅଭିଯୋଗ ପରେ ଏଭଳି ନିୟମ ତିଅରି କରିଛି ମାର୍କେଟିଙ୍ଗ ଫାର୍ମ Piala Inc । ଅଭିଯୋଗ ପରେ ସିଗାରେଟରୁ ଦୂରେଇ ରହିଥିବା କର୍ମଚାରୀମାନଙ୍କ ପାଇଁ ନିୟମିତ ଛୁଟି ପରେ ବାର୍ଷିକ ଅତିରିକ୍ତ ୬ ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି ।
ତେବେ ଏହି ନିଷ୍ପତ୍ତି ଦ୍ୱାରା ଏକାଧିକ ଫାଇଦା ମିଳିପାରିବ ବୋଲି ଆଶା କରାଯାଉଛି । ପ୍ରଥମତଃ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିବା ସହିତ ବାୟୁମଣ୍ଡଳରେ ମଧ୍ୟ ପ୍ରଦୂଷଣ କମିବ । ଏହାବ୍ୟତୀତ କର୍ମଚାରୀମାନେ କାର୍ଯ୍ୟ ପ୍ରତି ଅଧିକ ଯତ୍ନବାନ ହେବେ । ଏହାଦ୍ୱାରା କମ୍ପାନୀରେ ଉତ୍ପାଦନ ବଢିବ ବୋଲି ଆଶା ରଖିଛନ୍ତି କାର୍ଯ୍ୟାଳୟର କର୍ତ୍ତୃପକ୍ଷ । ଏହାପରେ ସିଗାରେଟରୁ ଦୂରେଇ ରହୁଥିବା କର୍ମଚାରୀମାନଙ୍କୁ ଅତିରିକ୍ତ ଛୁଟି ସେମାନଙ୍କୁ ଆହୁରି ଉତ୍ସାହିତ କରିବ ।