fbpx

ମାସର ପ୍ରଥମ ଦିନରେ ମିଳିଯିବ ଦରମା: ସରକାର ଆଣୁଛନ୍ତି ନୂଆ ଯୋଜନା

Advertisement

ନୂଆଦିଲ୍ଲୀ: କର୍ମଚାରୀ ମାନଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଏଣିକି ପ୍ରତି ମାସର ପ୍ରଥମ ଦିନ ଅର୍ଥାତ୍ ୧ ତରିଖରେ ହିଁ ଦରମା ମିଳିପାରିବ । ଏ ନେଇ ଏକ ନୂଆ ଯୋଜନା ପ୍ରଣୟନ କରାଯାଉଛି । ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ବେତନ ସେମାନଙ୍କୁ ଅଗ୍ରଣୀ ପ୍ରଦାନ କରାଯାଇ ପାରିବ । ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ‘ଆର୍ଣ୍ଣଡ ସାଲାରୀ ଆଡଭାନ୍ସ ଡ୍ରଲ ଆକ୍ସେସ ସ୍କିମ’କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଯୋଜନାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।

ରାଜସ୍ଥାନ ଫାଇନାନ୍ସିଆଲ ସର୍ଭିସ ଡେଲିଭରୀ ଲିମିଟେଡ କର୍ମଚାରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ଦାୟିତ୍ୱ ହାତକୁ ନେଇଛନ୍ତି । କର୍ମଚାରୀଙ୍କ ପାଇଁ ଏହି ଯୋଜନା ଚଳିତମାସ ପ୍ରଥମ(ଜୁନ୍ ୧)ରୁ ଲାଗୁ କରାଯାଇଛି । ଅଶୋକ ଗେହଲଟ ରାଜ୍ୟରେ କର୍ମଚାରୀଙ୍କ ପାଇଁ ପ୍ରଥମରେ ପୁରୁଣା ପେନସନ ଯୋଜନା ଲାଗୁ କରିଥିଲେ । ଏହାପରେ କର୍ମଚାରୀମାନଙ୍କ ସୁବିଧା ପାଇଁ ବର୍ତ୍ତମାନ ଏହି ନୂଆ ଯୋଜନା ଲାଗୁ କରିଛନ୍ତି । ସରକାରଙ୍କର ଏହି ଯୋଜନା ଅନ୍ତର୍ଗତ କର୍ମଚାରୀଙ୍କୁ ମାସ ଶେଷ ହେବା ପୂର୍ବରୁ ହିଁ ଅନୁପାତିକ ରୂପରେ ଆଡଭାନ୍ସ ବେତନ ପ୍ରଦାନ କରାଯିବ । ତେବେ ଏହି ଆଡଭାନ୍ସର ଦରମା ଆସନ୍ତା ମାସର ଦରମାରୁ କାଟି ଦିଆଯିବ । ବଜେଟ ସମୟରେ ଏ ନେଇ ଘୋଷଣା କରିବା ସହ ଗେହଲଟ ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଭେଟି ଦେଇଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟରେ ୧୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ଏକ ଟ୍ୱିଟ କରି ଗେହଲଟ କହିଛନ୍ତି ଯେ, ପ୍ରତି ମାସ ୧୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ଉପଭୋଗ କରୁଥିବା ରାଜ୍ୟର ପରିବାରଗୁଡିକର ବିଜୁଳି ବିଲ୍ ଜିରୋ(୦) ରହିବ । ତେବେ ୧୦୦ ୟୁନିଟରୁ ଅଧିକ ବିଜୁଳି ଖର୍ଚ୍ଚ କରୁଥିବା ପରିବାର ପ୍ରଥମ ୧୦୦ ୟୁନିଟ ବିଜୁଳି ମାଗଣା ପାଇପରିବେ । ୨୦୦ ୟୁନିଟ ପର୍ଯ୍ୟନ୍ତ ଫିକ୍ସ ଚାର୍ଜ, ଫ୍ୟୁଲ ସରଚାର୍ଜ ଏବଂ ଅନ୍ୟ ଶୁଳ୍କ ମଧ୍ୟ କଷ୍ଟମରଙ୍କୁ ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

Get real time updates directly on you device, subscribe now.