fbpx

କରୋନା ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ହେବ କୋଭିଡ଼ ଟେଷ୍ଟ

ଗଞ୍ଜାମ, ୧୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ କରୋନା ଯୋଦ୍ଧାମାନେ ବେଶି ସଂକ୍ରମିତ ହେଉଛନ୍ତି । ସେନେଇ ଗଞ୍ଜାମ ଜିଲ୍ଲାରେ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଠାରେ କରୋନା ଯୋଦ୍ଧାଙ୍କର କୋଭିଡ଼ ଟେଷ୍ଟ କରାଯିବ । ସେଠାରେ କରୋନା ପାଇଁ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ଟେଷ୍ଟ କରାଯିବ । ଏନେଇ ସମ୍ପୃକ୍ତ ଅଞ୍ଚଳର ବିଡ଼ିଓଙ୍କୁ ଦାୟିତ୍ୱ ଦେଇଛନ୍ତିି ଜିଲ୍ଲାପାଳ ।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୩୮୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୭୯ ଜଣ ସୁସ୍ଥ ହୋଇଛନ୍ତି ଓ ୩୯ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୭୪୬ଜଣ କରୋନାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 

Get real time updates directly on you device, subscribe now.