fbpx

OPSCରେ ବାହାରିଲା ନିଯୁକ୍ତି ସୁଯୋଗ, ଜଲଦି କରିଦିଅନ୍ତୁ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ନିଯୁକ୍ତି ସୁଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସର (ବୋର୍ଡ ସ୍ପେଶିଆଲିଟି) ପଦ ପାଇଁ ମୋଟ ୩୮୧ଟି ପଦବୀ ଖାଲି ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗ୍ରୁପ-ଏ ପାହ୍ୟାରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ଆଶାୟୀମାନେ ନିଯୁକ୍ତି ସମ୍ପର୍କୀତ ସମସ୍ତ ବିବରଣୀ ପଢ଼ିବା ପରେ ଅନଲାଇନରେ ଆବେଦନ କରିବାକୁ ଅନୁରୋଧ ।

ଶିକ୍ଷାଗତ ଯୋଗ୍ୟତା:

  • . ଆବେଦନକାରୀ ଯେ କୌଣସି ବ୍ରୋଡ୍ ସ୍ପେସିଆଲିଟି କିମ୍ବା ସୁପର ସ୍ପେସିଆଲିଟି ଅନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ / ତତସମକକ୍ଷ ଡିଗ୍ରୀ MCI/ NMCରୁ ହାସଲ କରିଥିବେ ।
  • . ଏଥିପାଇଁ ଦୁଇବର୍ଷିଆ DM/ M.Ch. ପାଠ୍ୟକ୍ରମ କିମ୍ବା MBBS ପରେ ପାଞ୍ଚବର୍ଷିଆ କୋର୍ସ କରିଥିବେ । ପ୍ରାର୍ଥୀମାନେ DM / M.Ch. ହାସଲ ପରେ ସ୍ପେସିଆଲିଟି ବିଷୟରେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗୋଟିଏ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ହାସଲ କରିଥିବା ଦରକାର ।
  • . ଯେଉଁ ପ୍ରାର୍ଥୀମାନେ ଡିପ୍ଲୋମାଟ ନ୍ୟାସନାଲ ବୋର୍ଡ ତାଲିମ୍ ନେଏଥିବେ ସେମାନେ ଏହି ପଦ ପାଇଁ ଆବେଦନ ପାଇଁ ଯୋଗ୍ୟ ହେବେ । ଏଥିସହ MCI/ NMCରୁ ଡିପ୍ଲୋମାଟ ନ୍ୟାସନାଲ ବୋର୍ଡ ତାଲିମ ନେଇଥିଲେ ମଧ୍ୟ ଆବେଦନ ଗ୍ରହଣଯୋଗ୍ୟ ହେବ ।

ଦରମା: ୭୭,୭୦୦/- (ପାଖାପାଖି)

ବୟସ: ୨୧ରୁ ୪୫ ବର୍ଷ । ପ୍ରାର୍ଥୀମାନଙ୍କର ବୟସ ଯୋଗ୍ୟତା ୦୧.୦୧.୨୦୨୧ ମଧ୍ୟରେ ମୂଲ୍ୟାଙ୍କନ କରାଯିବ । ସରକାରଙ୍କ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ଆବେଦନ ଫି: ଉଭୟ ଅନଲାଇନ ଓ ଅଫଲାଇନରେ ଫି ଜମା କରିହେବ । General/ OBCଙ୍କ ପାଇଁ ୫୦୦ ଟଙ୍କା ରହିଥିବା ବେଳେ SC/ ST / PwDଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୨୨.୧୧.୨୦୨୧

ଫି ଜମା ଓ ଅନଲାଇନ ଆବେଦନ ଅନ୍ତିମ ଦିବସ: ୨୦.୧୨.୨୦୨୧

ଆବେଦନ ପତ୍ର ସବମିଟ୍ କରିବାର ଅନ୍ତିମ ତାରିଖ: ୨୭.୧୨.୨୦୨୧

ଅନଲାଇନ୍ ଆବେଦନ ଲିଙ୍କ: Available soon

ଅଫିସିଆଲ ନୋଟିଫିକେସନ: https://nijuktikhabar.in/wp-content/uploads/2021/11/Notification-OPSC-Assistant-Professor-Recruitment-2021.pdf

ଅଫିସିଆଲ ୱେବସାଇଟ୍: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.